ନିସ୍ବାର୍ଥପର ସେବାରେ ବ୍ରତୀ ବ୍ରହ୍ମପୁରର ରାଜୀବ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
ବ୍ରହ୍ମପୁର:ବର୍ତ୍ତମାନ ସମୟରେ କାହାରି ପାଖରେ କାହା ପାଇଁ ସମୟ ନାହିଁ । ଏଭଳି ସମୟରେ ବି ଅନେକ ଲୋକ ଅନ୍ୟର ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବ୍ରହ୍ମପୁର ସହରର ରାଜୀବ କୁମାର ମିଶ୍ର । ବାହାନଗା ରେଳ ଦୁର୍ଘଟଣାର ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ନେଇ ବ୍ରହ୍ମପୁରରୁ ବାଲେଶ୍ଵରର ବାହନାଗା ଘଟଣାସ୍ଥଳକୁ ବାହାରିଥିଲେ ବ୍ରହ୍ମପୁର ସହରର ରାଜୀବ କୁମାର ମିଶ୍ର ଓ ତାଙ୍କ ଟିମ୍ । ଖବର ମିଳିବା ମାତ୍ର ବିଳମ୍ବ ନକରି ସେ ଘଟଣା ସ୍ଥଳକୁ ନିଜ ଟିମ୍ ସହ ଯାଇ ପହଞ୍ଚିଥିଲେ । ବାଲେଶ୍ଵର ଚିକିତ୍ସାଳୟକୁ ନେଇ ରୋଗୀଙ୍କୁ ସ୍ଥାନାନ୍ତରିତ କରିବାରେ ସହଯୋଗର ହାତ ବଢ଼ାଇଥିଲେ ରାଜୀବ ଏବଂ ତାଙ୍କ ଟିମ୍ । ଏହି ସମୟରେ ଯେତିକି ମନରେ ଦୁଃଖ ଲାଗୁଥିଲା ସେତିକି ନିଜ ମନକୁ ଦୃଢ଼ କରି ଆହତଙ୍କର ଚିକିତ୍ସା ପାଇଁ ନିଜର ସେବା ଜାରି ରଖିଥିଲେ । ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନିର୍ଦ୍ଦେଶରେ ରାଜୀବ ଏବଂ ତାଙ୍କ ଟିମ୍ ଜାରି ରଖିଥିଲେ ନିଜର କାର୍ଯ୍ୟ । ଆଉ ନିଜର କାର୍ଯ୍ୟ ଶେଷ କରିବା ପରେ ବ୍ରହ୍ମପୁରକୁ ଫେରିଥିବା ରାଜୀବ । ସେପଟେ ଘଟଣା ପରେ ବାଲେଶ୍ଵର ଅଞ୍ଚଳ ବାସିନ୍ଦାଙ୍କ ସହଯୋଗ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ରାଜୀବ ।
ଇଟିଭି ଭାରତ ବ୍ରହ୍ମପୁର