ଓଡିଶା

odisha

ସରକାରୀ ଯୋଜନା ଠାରୁ ଅପହଞ୍ଚରେ ଗାଁ

ETV Bharat / videos

ସମସ୍ୟା ଘେରରେ ଡିହଖଉରୁଣୀ ଗାଁ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

By

Published : Jul 25, 2023, 6:41 PM IST

ଖୋର୍ଦ୍ଧା: ସରକାର ଲୋକଙ୍କ ପାଇଁ ଗମନାଗମନ, ପାନୀୟ ଜଳ ,ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଜିବି ଅନେକ ଗାଁରେ ପହଁଞ୍ଚି ପାରୁନାହିଁ ସରକାରୀ ଯୋଜନା । ଖୋର୍ଦ୍ଧାରେ ଏମିତି ବି କିଛି ଗାଁ ରହିଛି ଯେଉଁଠି ବିକାଶର ନାହିଁ ଚିହ୍ନବର୍ଣ୍ଣ । ଖୋର୍ଦ୍ଧାର ଏପରି ଏକ ଗାଁ ହେଉଛି ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତର ଡିହଖଉରୁଣୀ । ଏହି ଗାଁ ଆଜିବି ରାସ୍ତା ଓ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ସରକାରୀ ଯୋଜନା ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ଗାଁ ଦାଣ୍ଡରେ ଜମି ରହୁଛି ଆଣ୍ଠୁଏ ଉଞ୍ଚର ନର୍ଦ୍ଦମା ପାଣି ଓ ପଙ୍କ । ଫଳରେ ସାହି ବାସିନ୍ଦା ପଙ୍କ ରାସ୍ତାରେ ଯିବା ଆସିବା କରିବା ସହ ପୋଖରୀ ପାଣି ପିଇ ବଞ୍ଚୁଛନ୍ତି ଜୀବନ । 

ଗାଁରେ ବସବାସ କରନ୍ତି ପ୍ରାୟ ଦୁଇ ଶହ ପରିବାର । ବ୍ଲକ ଠାରୁ ମାତ୍ର 5କିମି ଦୂର ଗାଁ ଥାଇ ମଧ୍ୟ ସରକାରଙ୍କ ସବୁଯୋଜନା ଯେପରି ଫେଲ ମାରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ସିମେଣ୍ଟ କଂକ୍ରିଟ ଥିଲା କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହା ଉପରେ ମାଟି ପକାଇ ଦେବାରୁ ଅବସ୍ଥା ପୁରା ସଙ୍ଗିନ ହୋଇପଡିଛି । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ପର୍ଯ୍ୟନ୍ତ ପ୍ରତିଦିନ ଏହି କାଦୁଅ ରାସ୍ତାରେ ଯାଇ ନାନା ରୋଗରେ ପଡୁଛନ୍ତି । ବାରମ୍ବାର ଏ ସମ୍ପର୍କରେ ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନିରାଶ ହୋଇଥିବା କହିଛନ୍ତି ଗ୍ରାମବାସୀ । ତୁରନ୍ତ ଏହି ସମସ୍ୟାର ସମାଧାନ କରନାଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details