ଓଡିଶା

odisha

ଥାନା ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ, ‘ଖୁବଶୀଘ୍ର ଗିରଫ ହେବେ ମୁଖ୍ୟ ଅଭିଯୁକ୍ତ’

By ETV Bharat Odisha Team

Published : Oct 19, 2023, 8:59 PM IST

Updated : Oct 19, 2023, 9:16 PM IST

ଥାନା ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ

ନିଆଳି: ପୂର୍ବ ଶତ୍ରୁତା ଓ ଜମିବାଡି ବିବାଦକୁ ନେଇ କଟକ ଜିଲ୍ଲା ନିଆଳି ଥାନା ଷଢାଂଶ ପଞ୍ଚାୟତ ସରାକୋର ଗାଁରେ ଗୋଷ୍ଠୀ କନ୍ଦଳ ଘଟଣା । ୨୫ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ 11 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ମାତ୍ର 4 ଜଣଙ୍କୁ ଗିରଫ କରିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଜାତୀୟ ଦଳିତ ଆସିବାସୀ ମହାସଂଘ  । ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନଥିବା ସଂଘ ଅଭିଯୋଗ କରିଛି । ଯାହାକୁ ନେଇ ସଂଘ ପକ୍ଷରୁ ଆଜି ନିଆଳି ଥାନା ନୂଆଗାଁ ଛକ ଠାରୁ ନିଆଳି ବଜାର ଦେଇ ଶତାଧିକ ଦଳିତ ପରିବାର ଏକ ଶୋଭାଯାତ୍ରାରେ ପହଞ୍ଚି ନିଆଳି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏହାସହ ପୋଲିସ ବିରୁଦ୍ଧରେ ବିଭିନ୍ନ ନାରା ବାଜି ମଧ୍ୟ କରିଥିଲେ । ସରାକୋର ଗାଁରେ ଉଚ୍ଚଜାତିର ଲୋକଙ୍କୁ ପୋଲିସ ଗିରଫ କରୁନଥିବା କାରଣରୁ ଦଳତ ପରିବାର ଏବେ ଭୟଭୀତରେ ଥିବା ସଂଘ କହିଛି । ବାକି 20 ଜଣଙ୍କୁ ପୋଲିସ ତୁରନ୍ତ ଗିରଫ ନକଲେ ସଂଘ ପକ୍ଷରୁ ଦୃଢ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । 

ସେପଟେ ସଦର କଟକ ଏସଡିପିଓ ରଶ୍ମି ରଞ୍ଜନ ସାହୁ କହିଛନ୍ତି, ‘‘ସରାକୋର ଗାଁରେ ଶାନ୍ତି ଶୃଙ୍ଖଳା ପାଇଁ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ୨୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ଯମାନଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।’’  

ଏହା ମଧ୍ୟ ପଢନ୍ତୁ...ସରାକୋର ଗାଁ ଗୋଷ୍ଠୀ ସଂର୍ଘଷରେ 5 ଗୁରୁତର, ଅଭିଯୁକ୍ତଙ୍କୁ ଗିରଫ ନକଲେ ଥାନା ଘେରାଉ ଚେତାବନୀ

ଇଟିଭି ଭାରତ, ନିଆଳି

Last Updated : Oct 19, 2023, 9:16 PM IST

ABOUT THE AUTHOR

...view details