ଓଡିଶା

odisha

ndrf Personnel conduct road clearance operation in gujarat

ETV Bharat / videos

Cyclone Biparjoy: ବିପର୍ଯ୍ୟୟ ତାଣ୍ଡବ ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ - ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ବିପର୍ଯ୍ୟୟ

By

Published : Jun 16, 2023, 11:54 AM IST

ଗାନ୍ଧୀନଗର: ଗୁରୁବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ବିପର୍ଯ୍ୟୟ । ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡତୋଫାନ ଯୋଗୁଁ ଅନେକ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ଫଳରେ 900ରୁ ଊର୍ଦ୍ଧ୍ବ ଗାଁରେ ବିଦ୍ୟୁତ ସେବା ବିଦ୍ୟୁତ ସେବା ଠପ ହୋଇଛି । ଗଛ ଉପୁଡି ପଡି ରାସ୍ତାରେ ପଡି ରହିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏଣୁ ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରବଳ ବର୍ଷା ହେବା କାରଣରୁ ଅନେକ ସ୍ଥାନରେ ଜଳବନ୍ଧି ସମସ୍ୟା ଉପୁଜିଛି । ବାତ୍ୟା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 22 ଜଣ ଆହତ ହୋଇଥିବା ସୂଚନା ରହିଛି ।  ଗତକାଲି ସନ୍ଧ୍ୟା ପ୍ରାୟ ସାଢେ 6ଟା ସମୟରେ ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଥିଲା ବିପର୍ଯ୍ୟୟ । ଏହି ସମୟରେ ପବନର ବେଗ 115ରୁ 125 କିଲୋମିଟର ରହିଥିଲା । 

ABOUT THE AUTHOR

...view details