ଓଡିଶା

odisha

ଜମ୍ମୁ କାଶ୍ମୀର ନର୍କକୁ ଯାଉ: ଫାରୁକ୍ ଅବଦୁଲ୍ଲା

By ETV Bharat Odisha Team

Published : Dec 12, 2023, 5:47 PM IST

ETV Bharat / videos

ଜମ୍ମୁ କାଶ୍ମୀର ନର୍କକୁ ଯାଉ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ:'ଭାରତର ଭୂସ୍ବର୍ଗ ଜମ୍ମୁ କାଶ୍ମୀର ପାଇଁ କିଛି କରାଯାଇନାହିଁ । ମୋତେ କୁହନ୍ତୁ ଭୂସ୍ବର୍ଗ ପାଇଁ କଣ କରାଯାଉଛି ? ସବୁଠି ନିର୍ବାଚନ ଚାଲିଛି। ଆମର ଦୋଷ କ’ଣ ଯେ ଏଠାରେ ଭୋଟ୍ କରାଯାଉନାହିଁ । ଦେଶରେ ଅନ୍ୟ କେଉଁ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା କି ? ଜମ୍ମୁକୁ ନର୍କ କରାଯାଇ ନାହଁ କି ? କୁହାଯାଉଛି, ଉପତ୍ୟକାରେ ଆତଙ୍କବାଦ ଦୂର ହୋଇଛି । କିନ୍ତୁ ତାହା ପ୍ରକୃତରେ ହୋଇଛି କି ?  କେନ୍ଦ୍ର ସରକାର ଘାଟୀବାସିନ୍ଦାଙ୍କ ହୃଦୟ ଜିତୁ ନାହନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛି ଯେ, ଆପଣ ଆମ ଉପରେ ବିଶ୍ବାସ କରୁନାହାନ୍ତି।  ଆମେ କେମିତି ଏହାକୁ ବିଶ୍ବାସ କରିବୁ । ' ଦିଲ୍ କି ଦୂରି ଅଉର୍ ଦିଲି କି ଦୂରି କୋ ଦୁର୍ କରନା ହେ ।' ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ଲଗାଇବା ପରେ, ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟି ମୁଖ୍ୟ ଫାରୁକ୍ ଅବଦୁଲ୍ଲା ।  ୨୦୧୯ ଅଗଷ୍ଟ ୫ରେ  ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ମୋଦି ସରକାର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବୈଧ କହିବା ସହ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯାହା ଉପରେ ଆପତ୍ତି ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଫାରୁକ୍ ଅବଦୁଲ୍ଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details