ଓଡିଶା

odisha

By

Published : Dec 13, 2022, 7:07 PM IST

Updated : Feb 3, 2023, 8:35 PM IST

ETV Bharat / videos

ହୃଦୟ ଜିତିଲା ଓଲିଉଡ଼ ଫିଲ୍ମ ଦମନ, ମେଡିସିନରେ ପୋଷ୍ଟର ଆଙ୍କିଲେ ଯୁବଶିଳ୍ପୀ ରଞ୍ଜନ

ନୟାଗଡ଼: ଚର୍ଚ୍ଚିତ ଦମନ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା । ମେଡିସିନରେ ଦମନ ଫିଲ୍ମର ପ୍ରମୋସନ କଲେ ରଞ୍ଜନ (Ollywood Movie Daman) । ନୟାଗଡ଼ ଜିଲ୍ଲା ଧୂଆମଡ଼ା ଗାଁର ଚକ୍ରଧର ମହାରଣାଙ୍କ ପୁଅ ରଞ୍ଜନ କୁମାର ମହାରଣା । ପିଲାଟି ବେଳରୁ ଆର୍ଟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା l କଳାକାର ପରିବାରରୁ ଆସିଛନ୍ତି ରଞ୍ଜନ । କିଛି ଦିନ ତଳେ ରିଲିଜ ହୋଇଥିବା ଦମନ ଫିଲ୍ମ ଦେଖି ସେ କିଛି କରିବା ପାଇଁ ଯୋଜନା କରିଥିଲେ । ପରେ ମେଡ଼ିସିନରେ ଦମନ ଫିଲ୍ମର ଏକ ପୋଷ୍ଟର ଆଙ୍କି ସୋସିଆଲ ମିଡ଼ିଆରେ ଏହାକୁ ସେୟାର କରିଛନ୍ତି (Artist made Daman film poster with expired medicines) । ଦମନ ଫିଲ୍ମଟି ଡାକ୍ତରଙ୍କ ଉପରେ ପର୍ଯ୍ୟବେସିତ ହେଇଥିବାରୁ ସେ ମେଡିସିନ ଦ୍ବାରା ଏହାର ପ୍ରମୋସନ କରିବାକୁ ଚିନ୍ତା କରିଥିବା କହିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ୭ରୁ ୧୦ ଫୁଟର ହୋଇଛି ଏହି ପୋଷ୍ଟରଟି । ଏଥିରେ ମେଡ଼ିସିନ ଏବଂ ଇଞ୍ଜେକ୍ସନ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details