ଓଡିଶା

odisha

ମା' ଶାରଳାଙ୍କ ପୀଠରେ ନବପତ୍ରିକା ପୂଜା ଆରମ୍ଭ

ETV Bharat / videos

Navpatrika Puja: ମା' ଶାରଳାଙ୍କ ପୀଠରେ ନବପତ୍ରିକା ପୂଜା ଆରମ୍ଭ

By ETV Bharat Odisha Team

Published : Oct 15, 2023, 7:36 PM IST

ଜଗତସିଂହପୁର:ମା' ଶାରଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ନବ ପତ୍ରିକା ପୂଜା । ଆଜି ଠାରୁ ପୀଠରେ ନବ ଦୁର୍ଗାଙ୍କ ଆବାହନ କରାଯିବ। ଯାହାକୁ ନେଇ ଚଳଚଞ୍ଚଳ ହୋଇ ପଡିଛି ମା' ଶାରଳାଙ୍କ ମନ୍ଦିର । ଆଜିର ଦିନରେ ମା'ଙ୍କୁ ଶୈଳ ପୁତ୍ରୀଙ୍କ ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ପ୍ରତ୍ୟୁଷରୁ ଦ୍ୱାରଫିଟା ପରେ ମଇଲମ, ମନ୍ଦିର ଶୋଧ,ମଙ୍ଗଳ ଆଳତୀ, ମହାସ୍ନାନ ପରେ ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ମା'ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ଯେ ନବରାତ୍ର ସମୟରେ ମା'ଙ୍କୁ ଦର୍ଶନ କଲେ ଅନେକ ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । 

ଏହା ବି ପଢନ୍ତୁ...ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା

ଆଜିଠାରୁ ମନ୍ଦିର ପରିସରରେ ସାମୂହିକ ଚଣ୍ଡୀପାଠ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ୧୦୮ ଥର ଚଣ୍ଡୀପାଠ କରାଯାଉଛି । ଶାକ୍ତ ଓ ବୈଷ୍ଣବୀୟ ପରମ୍ପରା ଅନୁଯାୟୀ ମା'ଙ୍କର ନୀତିକାନ୍ତି ସମ୍ପନ୍ନ କରାଯାଇଥାଏ । ଆଜି ଠାରୁ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଥିବାବେଳେ ଅର୍ଦ୍ଧରାତ୍ରରେ ବିମାନ ଯୋଗେ ମା' ଭ୍ରମଣ କରିବାର ପରମ୍ପରା ରହିଛି । ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶରତକାଳୀନ ମହାପୂଜାର ଆଜି ମଧ୍ୟମ ଦିବସ ବୋଲି କୁହାଯାଇଥାଏ। 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details