ଓଡିଶା

odisha

National Unity Day

ETV Bharat / videos

National Unity Day: ମିନି ଇଣ୍ଡିଆ ଭ୍ରମ ସୃଷ୍ଟି କଲା ଏକତା ନଗର, ଦେଖନ୍ତୁ ଏକଦା ଦିବସ ଭବ୍ୟ ଉତ୍ସବର ଝଲକ

By ETV Bharat Odisha Team

Published : Oct 31, 2023, 2:33 PM IST

Updated : Oct 31, 2023, 3:52 PM IST

ଗାନ୍ଧୀନଗର:ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଏକତା ଦିବସ ରୂପରେ ପାଳନ କରାଯାଏ । ଏହି ଅବସରରେ ଗୁଜୁରାଟର ଏକତା ନଗରରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଛି । ବିଏସ୍‌ଏଫ୍‌ ଏବଂ ରାଜ୍ୟ ପୋଲିସ ବଳ ଦ୍ବାରା ରାଷ୍ଟ୍ରୀୟ ଏକତା ପରେଡ କରାଯାଇଛି । ସିଆରପିଏଫର ସବୁ 75 ମହିଳା ବାଇକର୍ସଙ୍କ ଦ୍ବାରା ଫ୍ଲାଗ୍‌ ଇନ୍‌ କାର୍ଯ୍ୟକ୍ରମ ସହ ନାରୀଶକ୍ତିଙ୍କ ଡେୟାର ଡେଭିଲ ଶୋ' ଦେଖିବାକୁ ମିଳିଥିଲା । ବିଏସଏଫଙ୍କ ଦ୍ବାରା ମହିଳା ପାଇପ୍‌ ବ୍ୟାଣ୍ଡ ଶୋ' କରାଯାଇଛି । ସୀମାବର୍ତ୍ତୀ ରାଜ୍ୟରେ ଭାଇବ୍ରେଣ୍ଡ ଆର୍ଥିକ ସାମର୍ଥ୍ୟର ପ୍ରଦର୍ଶନ କରାଯିବ ସହିତ ଗୁଜୁରାଟ ମହିଳା ପୋଲିସ ଦ୍ବାରା ନୃତ୍ୟୁ, ୱାନ ନେସନ, ୱାନ ଅର୍ଥ ଓ ୱାନ୍‌ ଫ୍ୟୁଚର ବାର୍ତ୍ତା ସହ ଚନ୍ଦ୍ରଯାନ-3ର ସଫଳତା ଉତ୍ସବ ପାଳନ ହୋଇଥିଲା । ଏହା ସହିତ ଭାରତୀୟ ବାୟୁସେନାର ଫ୍ଲାଏ ପାଷ୍ଟ ସହ ବିଭିନ୍ନ ରାଜ୍ୟର ସାସ୍କୃତିକ କାର୍ଯକ୍ରମ ଦର୍ଶକଙ୍କ ମନ ମୋହିଥିଲା । ମିନି ଇଣ୍ଡିଆର ଭ୍ରମ ସୃଷ୍ଟି କରିଥିଲା ଏକତା ନଗର । ଜାତୀୟ ଏକତା ଦିବସରେ ଭବ୍ୟ ଉତ୍ସବକୁ ଉପଭୋଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ ସେହି ଉତ୍ସବର ଝଲକ ।

Last Updated : Oct 31, 2023, 3:52 PM IST

ABOUT THE AUTHOR

...view details