ଓଡିଶା

odisha

national natak mahotsav

ETV Bharat / videos

ପାରାଦ୍ୱୀପରେ ରାଷ୍ଟ୍ରୀୟ ନାଟକ ମହୋତ୍ସବ ଉଦଯାପିତ, ମନ ଜିଣିଲା ଅନ୍ଧୋ କି ହାତୀ - ଅନ୍ଧୋ କି ହାତୀ

By

Published : Mar 31, 2023, 9:38 AM IST

ଜଗତସିଂହପୁର: ପାରାଦ୍ବୀପ ଠାରେ ଥିବା ଜୟଦେବ ସଦନରେ ଗତ ୧୦ ଦିନ ହେବ କାନମାସ ପକ୍ଷରୁ ଚାଲିଥିବା ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପନ ହୋଇଛି । ଏହି ଉଦଯାପନୀ ସନ୍ଧ୍ୟାରେ ବିହାର ପାଟଣା ସହର 'ନିର୍ମାଣ କଳାମଞ୍ଚ' ଦ୍ବାରା ପ୍ରାୟୋଜିତ ଏବଂ ସଞ୍ଜୟ ଉପାଧ୍ୟାୟଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ 'ଅନ୍ଧୋ କି ହାତୀ' ମଞ୍ଚସ୍ଥ ହୋଇଥିଲା । ସମ୍ପୂର୍ଣ୍ଣ ଆଜିକାଲିର ରାଜନୀତି ବ୍ୟବସ୍ଥାକୁ ନେଇ ଏହି କାହାଣୀ ହୋଇଥିବା ବେଳେ କିପରି ଲୋକମାନଙ୍କୁ ବୋକା ବନାଯାଉଛି, କିଏ ଅନ୍ଧ ବା କିଏ ହାତୀ, ହାତୀ ଅନ୍ଧକୁ ଖୋଜୁଛି ନା ଅନ୍ଧ ହାତୀକୁ ଖୋଜୁଛି ଏହି କାହାଣୀକୁ ନେଇ ନାଟକ 'ଅନ୍ଧୋ କି ହାତୀ' । ଏହି କାହାଣୀ ସମସ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା ।  

ଏଥିସହ ନାଟକରେ ୫ଜଣ ଅନ୍ଧ ଗୋଟିଏ ହାତୀକୁ ସ୍ପର୍ଶ କରି ଭିନ୍ନ ଭିନ୍ନ ପ୍ରାଣୀ ବୋଲି ବର୍ଣ୍ଣନା କରନ୍ତି ଓ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଚାଲୁଥିବା ଯୁକ୍ତିତର୍କକୁ ଆଧାର କରି ରଚିତ ନାଟକ ଯାହା ଦର୍ଶକଙ୍କ ମନ ଜିଣିଥିଲା । ସାମ୍ପ୍ରତିକ ସମୟରେ ଘଟୁଥିବା ବିଷୟବସ୍ତୁ ଓ ହାତୀ ଉପାଖ୍ୟାନକୁ କଳାକାର ମାନେ ନାଟକରେ ଅଭିନୟ ଦ୍ବାରା ଦର୍ଶାଇଥିଲେ । ଅନ୍ୟପଟେ ଉଦଯାପନୀ ସନ୍ଧ୍ୟାରେ ପାରାଦ୍ବୀପ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିଆଇସିଟି ମୁଖ୍ୟ ବି.କେ. ଯୋଶୀ ପ୍ରମୁଖ ବନ୍ଦର ଓ ବିଭିନ୍ନ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନାଟକର ମଜା ଉଠାଇବା ସହ ଦୀର୍ଘ ୨୦ବର୍ଷ ଧରି ସଫଳତାର ସହ ଏହି ଜାତୀୟ ନାଟକ ମହୋତ୍ସବ ଆୟୋଜନ କରି ଆସୁ ଥିବାରୁ କାନମାସ୍ ଅନୁଷ୍ଠାନର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।
 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details