ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ, ମନ ଜିଣିଲା ନାଟକ ମିଥ୍ୟାବାଦୀ
Published : Dec 25, 2023, 11:43 AM IST
National Drama Festival in Kalahandi:
ଭବାନୀପାଟଣା:ଉଦଘାଟିତ ହେଲା ଜାତୀୟ ନାଟକ ମହୋତ୍ସବ । କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ । ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଲିକତାର ଗର୍ଜୀୟାପୁର ସପ୍ତଋଷି କଳାକାର ସଂଘ ପକ୍ଷରୁ ଅଗ୍ନୀ ନାଟକ ମଞ୍ଚସ୍ତ ହୋଇଥିଲା । ସେହିପରି ନାଟକର ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳ ବିହାନ ଡ୍ରାମା ସାଙ୍ଗ କଳାକାରମାନଙ୍କ ଦ୍ଵାରା ପ୍ରେମ ପତଙ୍ଗ ନାଟକ ମଞ୍ଚସ୍ତ ହୋଇଥିଲା । ସେହିପରି ଗତକାଲି ଅର୍ଥାତ ତୃତୀୟ ଦିନରେ ପାରାଦ୍ବୀପର କାନଭାସ୍ କଳାକାରମାନଙ୍କ ପକ୍ଷରୁ ମିଥ୍ୟାବାଦୀ ମଞ୍ଚସ୍ତ ନାଟକ ଲୋକଙ୍କ ମନ ଜିଣିଛି । ବର୍ତ୍ତମାନ ସମାଜରେ ପ୍ରତ୍ୟେକ ଲୋକ କିଭଳି ମିତ୍ୟାବାଦୀ ହେଉଛନ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ନେତାଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ସରକାରୀ କର୍ମଚାରୀ ଓ ଜନ ସାଧାରଣ କିଭଳି ମିଥ୍ୟାକୁ ଅଦରୀ ନେଉଛନ୍ତି ଏହି ଥିମ୍ ଉପରେ ନାଟକ ମିତ୍ୟାବାଦୀ ମଞ୍ଚସ୍ଥ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟା, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ରାଜ୍ୟପାଳ
ତେବେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ନିମନ୍ତେ ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ କଳାହାଣ୍ଡି ଟାଉନ୍ ହଲଠାରେ ଜାତୀୟ ନାଟକ ମହୋତ୍ସବ ଆୟୋଜିତ ହେଉଅଛି । ତେବେ ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଯୋଗ ଦେଇ ମଞ୍ଚସ୍ତ ନାଟକକୁ ଉପଭୋଗ କରିଥିଲେ । ୫ ଦିନ ଧରି ଚାଲିବାକୁ ଥିବା ଏହି ଜାତୟ ନାଟକ ମହୋତ୍ସବରେ କୋଲକାତା, ଭୁବନେଶ୍ବର, ଭୋପାଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନାଟକ ସଂସ୍ଥା ଏହି ଜାତୀୟ ନାଟକ ମହୋତ୍ସବରେ ନିଜର ନାଟକ ମଞ୍ଚସ୍ତ କରିବେ । ତେବେ ସଙ୍କୁଚିତ ହେଉଥିବା ଏହି ମଞ୍ଚ ନାଟକ କଳାକୁ ଉଜ୍ଜୀବିତ କରିବା ଦିଗରେ ସ୍ମାରକୀ ନାଟ୍ୟ ସଂସ୍ଥା ପ୍ରୟାସ ବେଶ ସ୍ବାଗତ ଯୋଗ୍ୟ ।
ଇଟିଭି ଭାରତ, କଳାହାଣ୍ଡି