Delhi Service Bill: ଲୋକସଭା ପରେ ରାଜ୍ୟସଭାରେ ବିଜେଡିର ସମର୍ଥନ - ଲୋକସଭା ପରେ ରାଜ୍ୟସଭାରେ ବିଜେଡିର ସମର୍ଥନ
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ । ରାଜ୍ୟସଭାରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା । ପରେ ସମସ୍ତ ସାଂସଦଙ୍କ ଅଭିଯୋଗର ଜବାବ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଜବାବ ପରେ ରାଜ୍ୟସଭାରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ 131 ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ 101 ସାଂସଦ ଭୋଟ ଦେଇଥିଲେ । ଉଭୟ ସଦନରେ ବିଲ ପାସ ହେବା ପରେ ଏହା ବର୍ତ୍ତମାନ ଆଇନରେ ପରିଣତ ହେବ । ପୂର୍ବ ଘୋଷଣା ଅନୁଯାୟୀ ବିଜୁ ଜନତା ଦଳ (ବିଜେଡି) ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ କୁ ସମର୍ଥନ କରିଥିଲା । ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ବିତର୍କରେ ଭାଗ ନେଇ ଦଳର ପକ୍ଷ ରଖିଥିଲେ । ଦେଖନ୍ତୁ ବିଲକୁ ନେଇ ରାଜ୍ୟସଭାରେ କଣ କହୁଛନ୍ତି ସାଂସଦ ସସ୍ମିତ ପାତ୍ର ।