ଓଡିଶା

odisha

କନ୍ଧମାଳରେ ଜାତୀୟ ସେନା ଦିବସ ପାଳିତ

ETV Bharat / videos

କନ୍ଧମାଳରେ ଜାତୀୟ ସେନା ଦିବସ ପାଳିତ - National Army Day 2024

By ETV Bharat Odisha Team

Published : Jan 15, 2024, 10:15 PM IST

ଫୁଲବାଣୀ : ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ଦେଶରେ ସେନା ଦିବସ ରୂପେ ପାଳନ କରାଯାଏ  ।  ଏହି କ୍ରମ ରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ୭୬ ତମ ସେନା ଦିବସ ପାଳିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ଭାରତୀୟ ସେନା ରେ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ସୈନିକମାନଙ୍କ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇ ଧୁମଧାମରେ ସେନା ଦିବସ ପାଳନ କରିଛନ୍ତି  । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ଣ୍ଣଲ ଶିଶିର କୁମାର ଘୋଷ କହିଛନ୍ତି ଯେ  ଆମେରିକା,ଚାଇନା ରୁଷିଆ ପରେ ଭାରତ ବିଶ୍ବରେ ସେନା କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିଛି  । 

ଏହା ମଧ୍ୟ ପଢନ୍ତୁ ...ଭାରତୀୟ ସ୍ଥଳସେନାର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ଫିଲ୍ଡ ମାର୍ଶଲ କରିୟପ୍ପା, ଜାଣନ୍ତୁ ଦିବସର ଇତିହାସ

ଭାରତୀୟ ସେନା ପାଇଁ ଏହି ପର୍ବ ଦେଶର ନାଗରିକଙ୍କ ମଧ୍ୟରେ ଦେଶ ପାଇଁ ଗର୍ବ ଏବଂ ନିରାପତ୍ତା ଭାବନା ଜାଗ୍ରତ କରେ ଏବଂ ସେମାନଙ୍କୁ ଭାରତୀୟ ସେନା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ମନେ ପକାଇଥାଏ ବୋଲି ମଞ୍ଚାସୀନ ଅତିଥିବୃନ୍ଦ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ଉପ ସଭାପତି ଏନ ପ୍ରେମ ଚୌଧୁରୀ,ସମ୍ପାଦକ ହଳପାଣି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଏଥି ସହିତ ସହିଦ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା l  ପରେ ନଟରାଜ କଳା ମନ୍ଦିର ପକ୍ଷରୁ ଦେଶାତ୍ମକ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମୁକ୍ତିକାନ୍ତ ମହାନ୍ତି, ଅଶୋକ କୁମାର ମେକାପ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଟି ଶିବ ଶଙ୍କର ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।  

ଇଟିଭି ଭାରତ, କନ୍ଧମାଳ 

ABOUT THE AUTHOR

...view details