Gandhi Jayanti 2023: ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ - ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମଜୟନ୍ତୀ
Published : Oct 2, 2023, 8:16 AM IST
ନୂଆଦିଲ୍ଲୀ: ଆଜି ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମଜୟନ୍ତୀ । ଇଂରେଜଙ୍କ କବଳରୁ ଦେଶକୁ ମୁକୁଳାଇବା ପାଇଁ ସତ୍ୟାଗ୍ରହ ସଂଗ୍ରାମର ସେ ଥିଲେ ସେନାପତି । ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ ଆଜି 154 ତମ ଜନ୍ମଜୟନ୍ତୀ । ସାରା ଦେଶ ପାଳୁଛି ଗାନ୍ଧୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଆଜି ସକାଳୁ ସକାଳୁ ରାଜଘାଟରେ ପହଞ୍ଚିଛନ୍ତି ମୋଦି । ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ। ଏହାପରେ ବିଜୟଘାଟରେ ପହଞ୍ଚି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦି । ଗାନ୍ଧୀ ଅହିଂସା ଆଧାରରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ବେଳେ ଶାସ୍ତ୍ରୀଙ୍କ ଜୀବନ ସାଧୁ ଓ ନୀତିବାନ ହେବାକୁ ପ୍ରେରଣା ଦିଏ ।
ଏହା ମଧ୍ୟ ପଢନ୍ତୁ-ଆଜି ଆସିଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥି, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ