ଓଡିଶା

odisha

narendra modi arrives at Bharat Mandapam

By ETV Bharat Odisha Team

Published : Sep 9, 2023, 9:54 AM IST

ETV Bharat / videos

G20 Summit: ଭାରତ ମଣ୍ଡପରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଆଜିଠୁ ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆରମ୍ଭ ହେବ ଜି 20 ସମ୍ମିଳନୀ । ସକାଳ 10ଟା 30 ମିନିଟ ସମୟରେ ଆରମ୍ଭ ହେବ ଜି-୨୦ର ପ୍ରଥମ ସେସନ । ଏହା ପୂର୍ବରୁ ପ୍ରଗତି ମଇଦାନର ଭାରତ ମଣ୍ଡପରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀକୁ ସ୍ବାଗତ କରିଛନ୍ତି । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ପ୍ରଥମ ସେସନ । ବିଶ୍ବ ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେବ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ 30ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଜି ୨୦ ମହାକୁମ୍ଭ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀରେ ପୋଲିସ ଛାଉଣୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-G20 Summit: ଆଜିଠୁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଏକାଠି ହେବେ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ

ABOUT THE AUTHOR

...view details