ଓଡିଶା

odisha

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆନ୍ଦୋଳନରେ ବିଜେପି ସାମିଲ୍

ETV Bharat / videos

ପଞ୍ଚାୟତ ନିର୍ବାହୀ ଅଧିକାରୀ ଆନ୍ଦୋଳନରେ ସାମିଲ ହେଲା ବିଜେପି

By ETV Bharat Odisha Team

Published : Sep 3, 2023, 8:37 AM IST

ନବରଙ୍ଗପୁର: ଗତ ୧୮ ତାରିଖ ଠାରୁ ୨ ଦଫା ଦାବିରେ ଖରା ବର୍ଷାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଦୁଇ ଦଫା ଦାବିକୁ ନେଇ ନିଖିଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆନ୍ଦୋଳନ ଆଜିକୁ 17 ଦିନ ବିତିଯାଇଥିଲେ ସୁଧା ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଛିନ୍ତି । ଅନ୍ୟପଟେ ପିଓ ମାନଙ୍କ ଆନ୍ଦୋଳନ ଯୋଗୁଁ ନିରୀହ ଲୋକମାନେ ଏଠାରେ ବଳି ପଡ଼ୁଛନ୍ତି । ଜିଲ୍ଲାର ୧୮୯ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଥିବା ଯୋଗୁ ହିତାଧିକାରୀ ରାସନ୍, ହରିଶ୍ଚନ୍ଦ୍ର ଯୋଜନା, ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି କାର୍ଯ୍ୟ ହେଉନାହିଁ ।

ଏହା ମଧ୍ୟ ପଢନ୍ତୁ...2 ଦଫା ଦାବିରେ ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଗତକାଲି ନବରଙ୍ଗପୁର ଭାରତୀୟ ଜନତା ପାର୍ଟି ଏହି ଧାରଣାରେ ଯୋଗ ଦେବା ସହ ଅତି ଶୀଘ୍ର ରାଜ୍ୟ ସରକାର ପିଓ ମାନଙ୍କ ଦାବି ପୂରଣ କରିବା ପାଇଁ ଦାବି କରିଛି । ଆଜିର ଏହି ଧାରଣାରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୌରପାଳିକା ଅଧକ୍ଷ କୁନୁ ନାୟକ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ , ବିଧାୟକ ପାର୍ଥୀ ଗୌରୀ ମାଝୀ ଯୋଗ ଦେଇଥିଲେ ।


ଇଟିଭି ଭାରତ, ନବରଙ୍ଗପୁର
 

ABOUT THE AUTHOR

...view details