ଓଡିଶା

odisha

ଶ୍ରୀଜିଉଙ୍କ ନବଯୌବନ ବେଶ

ETV Bharat / videos

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

By

Published : Jun 19, 2023, 10:17 PM IST

ଜଗତସିଂହପୁର: ୧୫ ଦିନର ଅଣସର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ସକାଳୁ ପଞ୍ଚସଖା ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ନବ ଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେହିପରି ସିଦ୍ଧ ବାରଙ୍ଗ ପୀଠରେ ମଧ୍ୟ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ଅନବସର ନୀତି ସମ୍ପାଦିତ ହେଉଥିଲା । ମହାପ୍ରଭୁ ଜ୍ୱରରେ ଜର୍ଜରିତ ହୋଇ ଅଣସର ଘରେ ଗୁପ୍ତ ସେବା ପାଇଥିଲେ। ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଶେଷ ହୋଇଥିଲା । ଦୀର୍ଘ ୧୫ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ଭାବବିହ୍ବଳ ହୋଇଛନ୍ତି । ସେପଟେ ଆସନ୍ତାକାଲି ରଥଯାତ୍ରା ଥିବାରୁ ଏବେଠୁ ଜିଲ୍ଲାରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ରଥ ପ୍ରସ୍ତୁତ ହୋଇ ରହିଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 
 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details