ଓଡିଶା

odisha

ମୋ ପୁଅ ଆଜି ଯାହା ହି ହୋଇଛି, ନିଜ ସାମର୍ଥ୍ୟରେ: ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ମା’

By

Published : Dec 11, 2022, 3:57 PM IST

Published : Dec 11, 2022, 3:57 PM IST

Updated : Feb 3, 2023, 8:35 PM IST

ହାଇଦ୍ରାବାଦ: ‘‘ମୋ ସ୍ବାମୀ ଜଣେ ଟ୍ରକ ଡ୍ରାଇଭର ଥିଲେ । 4 ସନ୍ତାନଙ୍କ ସହ ଆମେ ପରିବାରରେ 6 ଜଣ ସଦସ୍ୟ ଥିଲୁ । ସୀମିତ ଅର୍ଥ ଓ ସମ୍ବଳ ମଧ୍ୟରେ 6ପ୍ରାଣୀ କୁଟୁମ୍ବ ଚଳାଇବା ବେଶ କଷ୍ଟସାଧ୍ୟ ଥିଲା । ହେଲେ ଏହାରି ମଧ୍ୟରେ ଆମେ ଖାଦ୍ୟ ଓ ପ୍ରତ୍ୟେକ ଜିନିଷ ଭାଗବାଣ୍ଟ କରି ଖାଇଛୁ, ଆଗକୁ ବଢିଛୁ ।’’ ନିଜ ପିଲାଙ୍କ ଅଭାବୀ ଶୈଶବକୁ ଏପରି ବର୍ଣ୍ଣନା କରିଛନ୍ତି ହିମାଚଳ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ମା’ ସଂସାର ଦେଇ (Mother of Sukhwinder Singh Sukhu)। ମୁଖ୍ୟମନ୍ତ୍ରୀ ଭାବେ ପୁଅ ସୁଖବିନ୍ଦରଙ୍କ ଶପଥ ଗ୍ରହଣ ସମାରୋହକୁ ନିଜ ଘରେ ଟିଭି ପରଦାରେ ଦେଖିଥିଲେ ମା’ ସଂସାର ଦେଇ । ଆଉ କହିଥିଲେ ମୋ ‘‘ପୁଅ ଯାହା କିଛି ବି କରିଛି, ଯେଉଁଠି ବି ପହଞ୍ଚିଛି ତା ନିଜ ସାମର୍ଥ୍ୟରେ ।’’ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ସ୍ଥାନୀୟ ପ୍ରତିନିଧି କମଳେଶ ଭରଦ୍ବାଜ (Exclusive with Himachal CM Sukhus mother)। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷତକାର
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details