ଓଡିଶା

odisha

ମହମ୍ମଦ ଜୟନ୍ତୀରେ ଉତ୍ସବମୁଖର ବାଲେଶ୍ବର

ETV Bharat / videos

Eid Milad Un Nabi: ମହମ୍ମଦ ଜୟନ୍ତୀରେ ବାହାରିଲା ବିଶାଳ ଶୋଭାଯାତ୍ରା - ମହମ୍ମଦ ଜୟନ୍ତୀରେ ଉତ୍ସବମୁଖର ବାଲେଶ୍ବର

By ETV Bharat Odisha Team

Published : Sep 28, 2023, 5:31 PM IST

ବାଲେଶ୍ବର: ଇସଲାମ ଧର୍ମର ପ୍ରଚାରକ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଉତ୍ସବ ‘ଇଦ ମିଲାଦ ଉନ ନବୀ’କୁ ବାଲେଶ୍ୱରରେ ଧୁମଧାମରେ ପାଳନ କରାଯାଇଛି।  ବେଶ ଶ୍ରଦ୍ଧା ଓ ଭକ୍ତିର ସହ ଏହି  ପର୍ବକୁ ପାଳନ କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ସକାଳୁ ସ୍ନାନ ପରେ ନୂଆ ବସ୍ତ୍ର ପରିଧାନ ପୂର୍ବକ ସାମୂହିକ ପ୍ରାର୍ଥନା ସଭାରେ ସମସ୍ତେ ଯୋଗ ଦେଇଥିଲେ । ବାଲେଶ୍ୱର ସହରର ଗୋଳାପୋଖରୀ, ସୁନହଟ, ମଛୁଆସାହି, ଗଡ଼ଗଡ଼ିଆ ଆଦି ଅଞ୍ଚଳର ମସଜିଦମାନଙ୍କରେ ସାମୂହିକ ପ୍ରାର୍ଥନା କରାଯାଇଥିଲା । କେତେକ ସ୍ଥାନରେ ମୌଲବୀମାନେ ହଜରତ ମହମ୍ମଦଙ୍କ ଆଦର୍ଶ ଓ ଧର୍ମଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସକାଳେ ମୁସଲମାନ ସମ୍ପ୍ରଦାୟର ଲୋକେ ଏକ ଧାର୍ମିକ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ଦରଘା ମଇଦାନରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ପୁଣି ସେହି ସ୍ଥାନରେ ପହଞ୍ଚିଥିଲା । 

ଏହା ବି ପଢନ୍ତୁ...Eid Milad Un Nabi: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଧୁମଧାମରେ ପାଳିତ

ହଜାର ହଜାର ସଂଖ୍ୟାର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଲି ଯାଉଥିବାବେଳେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁସଲମାନ ଭାଇମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି । ସମାଜର ସମସ୍ତ ପ୍ରକାର କୁସଂସ୍କାର ତଥା ବିଦ୍ୱେଷ ଭାବକୁ ଦୂର କରି ପରସ୍ପର ଭିତରେ ଭାତୃତ୍ୱ ଭାବ ବଜାୟ ରଖିବା ଉଦ୍ଦେଶ୍ୟରେ ଶାନ୍ତିର ବାର୍ତ୍ତା ପ୍ରଦାନକରିଥିଲେ ମହାପୁରୁଷ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମଦିନକୁ ଭାଇଚାରାର ପର୍ବ ଭାବେ ସର୍ବତ୍ର 'ଇଦ ମିଲାଦ ଉନ ନବୀ' ପାଳନ କରାଯାଉଛି । ତେବେ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ସୁସଜ୍ଜିତ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଦରଘା ମଇଦାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details