ଓଡିଶା

odisha

muslim community felicitated hindu people

By ETV Bharat Odisha Team

Published : Oct 26, 2023, 3:16 PM IST

ETV Bharat / videos

ଭାଇଚାରା ବଞ୍ଚାଇବାକୁ ପ୍ରୟାସ, ଭସାଣ ଉତ୍ସବରେ ହିନ୍ଦୁଙ୍କୁ ସମ୍ବର୍ଦ୍ଧିତ କଲେ ମୁସଲିମ

କଟକ:ଭାଇଚାରାର ସହର ସିଲିଭର ସିଟି କଟକ । ସବୁ ପର୍ବରେ ହିନ୍ଦୁ ମୁସଲିମ ସାମିଲ ହୋଇଥାନ୍ତି । ଶାରଦୀୟ ଦୁର୍ଗାପୂଜାର ଭସାଣ ଉତ୍ସବରେ ସିଲଭର ସିଟିରେ ଭାଇଚାରାର ବାର୍ତ୍ତା ଦେଇଛନ୍ତି । କଟକରେ ଯେଉଁ ପୂଜାର୍ଚ୍ଚନା ହୋଇଥାଏ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଏକାଠି ହୋଇଥାନ୍ତି । ଯାହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି । ଭସାଣ ସମୟରେ ମୁସଲମାନ ଭାଇମାନେ ବକ୍ସି ବଜାରରେ ଏକ ମଞ୍ଚ କରିଥିଲେ । ଯେଉଁ ମଞ୍ଚରେ ପ୍ରତ୍ୟକ ମେଢ଼କୁ ସମ୍ବର୍ଦ୍ଧିତ କରୁଥିଲେ । ତାହା ପୁଣି ଉତ୍ତରୀୟ ଦେବା ସହ ମିଠା ପ୍ୟାକେଟ ବି ଦେଉଥିଲେ । ଭାଇଚାରାର ପରମ୍ପରାକୁ ବଞ୍ଚେଇ ରଖିବାକୁ ଏହି ମଞ୍ଚ ତିଆରି ହୋଇଛି ଏହି ଭାଇଚାରା ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ । ଭାଇଚାରାର ସହରରେ ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ମୁସଲିମ ସମ୍ପ୍ରଦାୟର ସଦସ୍ୟ । କଟକ ସହରରେ ଭାଇଚାରା ଅଖଣ୍ଡ ରହିବ ବୋଲି କହିଛନ୍ତି ମଞ୍ଚର ସଦସ୍ୟ । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details