ଓଡିଶା

odisha

ବ୍ରିଜ ନିର୍ମାଣକୁ ନେଇ ଧାରଣାରେ ମୁକ୍ତିକାନ୍ତ ,୧୭ ଦିନରେ ପହଞ୍ଚିଲା ଅନଶସନ

ETV Bharat / videos

ବ୍ରିଜ ନିର୍ମାଣକୁ ନେଇ ଧାରଣାରେ ମୁକ୍ତିକାନ୍ତ,୧୭ ଦିନରେ ପହଞ୍ଚିଲା ଅନଶନ - muktikant demand for Completing bridge

By ETV Bharat Odisha Team

Published : Oct 18, 2023, 8:46 PM IST

ରାଉରକେଲା: ଧାରଣାରେ ମୁକ୍ତିକାନ୍ତ । ଦେଓ ନଦୀ ଉପରେ ତିଆରି ହୋଇଥିବା ଅର୍ଦ୍ଧନିର୍ମିତ ପୋଲକୁ ସମ୍ପୂର୍ଣ୍ଣ କରିବା ପାଇଁ ଦୀର୍ଘ ୧୭ ଦିନ ହେଲା ଧାରଣାେ ବସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ।ଏହି ଆନ୍ଦୋଳନ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ବେଳେ ୧୭ ଦିନରେ ପହଞ୍ଚିଛି । ମିଟକୁନ୍ଦୁରୀ ଠାରୁ ରିଉଁ ଗାଁକୁ ଯୋଗାଯୋଗ କରୁଥିବା ଏହା ପୋଲଟି ଦୀର୍ଘ ଦିନ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାବେଳେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ତେଣୁ ଅକ୍ଟୋବର ୨ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ।ଯଦି ଶୀଘ୍ର ଦାବି ପୂରଣ ନକରାଯାଏ ତାହାଲେ ସେ ଆନ୍ଦୋଳରୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । 

ସୂଚନା ଯୋଗ୍ୟ ମିଟକୁନ୍ଦୁରୀ ଅଞ୍ଚଳରୁ ଦେଓ ନଦୀ ଅପରପକ୍ଷରେ ଥିବା ରିଉଁ ଗାଁକୁ ଯୋଗାଯୋଗ କରିବା ପାଇଁ 2018 ମସିହାରେ ଏକ ପୋଲର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ବ୍ରିଜଟି 2020 ସୁଦ୍ଧା କାର୍ଯ୍ୟଶେଷ ହେବ ବୋଲି ଆଶା କରାଯାଇଥିଲା । ଦୁର୍ଭାଗ୍ୟବଶତଃ ବର୍ତ୍ତମାନ 2023 ଶେଷ ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟଶେଷ ହୋଇ ପାରିଲା ନାହିଁ । ଅଧରେ ଅଟକି ରହିଛି ଏହି ବ୍ରିଜ ନିର୍ମାଣ କାର୍ଯ୍ୟ । ମାତ୍ର ୧୫୦ ମିଟର ଲମ୍ବ ଏହି ବ୍ରିଜ ନିର୍ମାଣ ହେବାକୁ ଥିବାବେଳେ ପ୍ରଶାସନର ଅବହଳା ପାଇଁ ଏହା ସମ୍ଭବ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ମୁକ୍ତିକାନ୍ତ । 

ଏହା ମଧ୍ୟ ପଢନ୍ତୁ...ଦୂର ହେବ ସିକିମ ରୟତଙ୍କ ଜମି ସମସ୍ୟା: ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ

ଏହି ସେତୁ କାର୍ଯ୍ୟ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ କ୍ଷତିପୂରଣ ସମସ୍ୟାର ସମାଧାନ ନହେବା । ଇତି ମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉଚିତ୍ କ୍ଷତିପୂରଣ ପାଇ ପାରିନାହାନ୍ତି ଫଳରେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି । ଏହି ପରିସ୍ଥିତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜମି ଅଧିଗ୍ରହଣ ଓ କ୍ଷତିପୂରଣ ସମସ୍ୟାର ସମାଧାନ ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ କୌଣସି କର୍ଯ୍ୟକାରୀ ହୋଉ ନାହିଁ  । ତେଣୁୁ ଗତ ଅକ୍ଟୋବର ୨ରୁ  ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । 

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details