ଓଡିଶା

odisha

ସୀମା ଟପିଲା ବର୍ବରତା, 3 ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

By

Published : Jul 16, 2023, 7:33 AM IST

Updated : Jul 21, 2023, 5:18 PM IST

ତିନି ଜଣ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଭୋପାଳ: ସୀମା ଟପିଲା ବର୍ବରତା । ଭୁଲିଗଲେ ମଣିଷ ପଣିଆ । ତିନି ଜଣ ଯୁବକଙ୍କୁ ବାନ୍ଧି ନିସ୍ତୁକ ପଟିଲେ ଗ୍ରାମବାସୀ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 39 ସେକେଣ୍ଡର ଏହି ଭିଡିଓ ଅତ୍ୟନ୍ତ ହୃଦୟବିଦାରକ । ଏହି ଭିଡିଓରେ ତିନି ଜଣ ଯୁବକଙ୍କୁ କିଛି ଲୋକ ବିବେକ ଶୂନ୍ୟ ହୋଇ ନିର୍ମମ ଭାବେ ଲାଠିରେ ପିଟିବାରେ ଲାଗିଛନ୍ତି । ଏହାସହ ଏହି ଦୃଶ୍ୟକୁ ଦେଖୁଥିବା ଲୋକ ତାଙ୍କୁ ଅଟକାଇବା ପରିବର୍ତ୍ତେ ଠିଆ ହୋଇ ନିରବ ଦ୍ରଷ୍ଟା ପାଲଟିଛନ୍ତି । ତେବେ ଏହି ନିର୍ଯାତନା ଦେବା ଭିଡିଓ ମଧ୍ୟପ୍ରଦେଶର ନର୍ମଦାପୁରମ୍ ଜିଲ୍ଲାର ମାଖନ ନାଗରରେ ହୋଇଥିବା ସୂଚନା ରହିଛି । 

ପୋଲିସର ସୂଚନା ଅନୁଯାୟୀ, ତିନିଜଣ ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିବା ମାମଲା ସାମ୍ନାକୁ ଆସିଥିଲା । ଗ୍ରାମବାସୀ ଏହି ତିନି ଯୁବକଙ୍କୁ ଅର୍ଦ୍ଧ ଉଲଗ୍ନ କରି ଭୂମିରେ ପକାଇ ଲାଠିରେ ନିର୍ଦ୍ଦୟ ଭାବରେ ପିଟିଥିଲେ । 13 ଜୁଲାଇରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଆହତ ତିନିଜଣ ଯୁବକ ମାଖନ ତହସିଲର ଜାଭଲି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାଁରେ ଅପରାଧିକ ରେକର୍ଡ ମଧ୍ୟ ରହିଛି । ସେଥିମଧ୍ୟରୁ ଜଣେ ଯୁବକ ଜିଲ୍ଲା ବଦରର ବାସିନ୍ଦା । ଏହି ତିନିଜଣ ଯୁବକ ସର୍ବଦା ନିଜ କାର୍ଯ୍ୟ ଦ୍ବାରା ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟାରେ ପକାଉଥିଲେ । ଏହାକୁ ନେଇ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଅର୍ଦ୍ଧନଗ୍ନ କରି ଗୋଡ ବାନ୍ଧି ଲାଠିରେ ନିର୍ମମ ଭାବେ ପିଟିଥିଲେ । 

ଏହାକୁ ନେଇ ଥାନା ଅଧିକାରୀ ପ୍ରବୀଣ କୁମାର କହିଛନ୍ତି,"ପୀଡିତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଜଡିତ 6 ଜଣଙ୍କୁ ଗିରଫ କରାଯାଇଛି । ଆହତଙ୍କ ଦ୍ବାରା ଦିଆଯାଇଥିବା ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । ମାରପିଟ କରିବା ସହ ଜୀବନରୁ ମାରିଦେବା ଉଦ୍ୟମ ଅଭିଯୋଗରେ ଏହି 6 ଜଣଙ୍କୁ ଗିରଫ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ତାଲିବାନୀ ନିର୍ଯାତନା, ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼

Last Updated : Jul 21, 2023, 5:18 PM IST

ABOUT THE AUTHOR

...view details