ଉତ୍ତରାଖଣ୍ଡରେ ଭୁସ୍ଖଳନ: ଖସିଲା ପଥର, ବନ୍ଦ ହେଲା 23 ରାସ୍ତା - ପିଥୋରାଗଢ ଭୁସ୍ଖଳନ
ଡେରାଡୁନ:ଲଗାତର ବର୍ଷା କାରଣରୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ରହିଛି। କେତେକ ସ୍ଥାନରୁ ଭୁସ୍ଖଳନର ଭୟାବହ ଚିତ୍ର ସାମନାକୁ ଆସିଛି। ଏମିତି ଏକ ଖବର ଆସିଛି ପିଥୌରାଗଢ ଜିଲ୍ଲାର ଧାରଚୁଲା ଧୋବାଟ ଅଞ୍ଚଳରୁ ଯାହାକୁ ଦେଖିବା ପରେ ଯେ କେହି ବି ଭୟଭୀତ ହୋଇଯିବେ। ସେଠାରେ ହୋଇଥିବା ଭୁସ୍କଳନରେ ବଡ ବଡ ପଥରଖଣ୍ଡ ଖସୁଥିବାର ଦେଖିବାକୁ ମିଳିଛି। ମଙ୍ଗଳବାର ହୋଇଥିବା ଭୟଙ୍କର ଭୁସ୍ଖଳନ ଯୋଗୁ ଚୀନ ସୀମାକୁ ସଂଯୋଗ କରୁଥିବା ଏକ ରାସ୍ତା ଉପରେ ପଥର ଖଣ୍ଡ ପଡି ରହିଛି।
ଅନ୍ୟପଟେ ଏହି ମାର୍ଗକୁ ସଂଯୋଗ କରୁଥିବା ପାଖାପାଖି 23ଟି ରାସ୍ତାକୁ ବନ୍ଦ ହୋଇଯାଇଛି। ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାନବାହାନ ଚଳାଚଳ ସ୍ବାଭବିକ କରିବା ପାଇଁ ସମସ୍ତ ପ୍ରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ପ୍ରଶାସନ। ତେବେ ତେବେ PWD ପକ୍ଷରୁ ମେସିନ ସାହାଯ୍ୟରେ ପଥର ଖଣ୍ଡକୁ ସେଠାରୁ ହଟାଯାଇ ମାତ୍ର 6ଘଣ୍ଟା ମଧ୍ୟରେ ସବୁ ରାସ୍ତାରେ ଯାନବାହନ ଚଳାଚଳକୁ ପୁଣି ଥରେ ସ୍ବାଭାବିକ କରାଯାଇଛି।