ଓଡିଶା

odisha

ପିଲାର ମୃତ୍ୟୁ ନେଇ ମାନୁନି ମାଆ ମାଙ୍କଡ ମନ, ଦୃଶ୍ୟ ଭିଜାଇଲା ଆଖି

By ETV Bharat Odisha Team

Published : Oct 8, 2023, 11:00 AM IST

mother monkey cradling her dead infant

ପୁରୀ:ସନ୍ତାନର ମୃତ୍ୟୁକୁ ବିଶ୍ବାସ କରିପାରୁ ନାହିଁ ମାଆ ମାଙ୍କଡ । ମାଆ ମନ ମାନିବାକୁ ନାରାଜ ଯେ ତା ସନ୍ତାନ ଆଉ ଏ ଦୁନିଆରେ ନାହିଁ । ମୃତ ଛୁଆକୁ ଧରି ଅଥୟ ହୋଇ ଉଠିଛି ମାଆ କେବେଳ ତାଙ୍କୁ କାନ୍ଧରେ ପକାଉଛି ତ କେତେବେଳେ ତାକୁ ଗେଲ କରି ପକାଉଛି । ସତକୁ ଗ୍ରହଣ କରିପାରୁ ନାହିଁ ମାଆ ମାଙ୍କଡ଼ । କୌଣସି କାରଣରୁ ଏକ ଛୁଆ ମାଙ୍କଡ଼ର ମୃତ୍ୟୁ ହୋଇଛି । ଯାହାକୁ ଗ୍ରହଣ କରୁନାହିଁ ମାଆ ।  ଛୁଆକୁ ବଞ୍ଚାଇବା ପାଇଁ ପ୍ରୟାସ କରିଚାଲିଛି ମାଆ । ଶ୍ରୀମନ୍ଦିର ନିକଟରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି । ମାଆ ମାଙ୍କଡର ମମତାକୁ ଦେଖି ସେଠାରେ ଉପସ୍ଥିତ ଭକ୍ତ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । କାରଣ ସେ ଦୃଶ୍ୟ ଥିଲା ସେତିକି କୋହଭରା । ଏକ ମାଙ୍କଡ଼ ତାର ମୃତ ଛୁଆକୁ ବଞ୍ଚାଇବା ପାଇଁ କରୁଥିବା ପ୍ରୟାସ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details