ପୁରୀ ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ, ଭୟରେ ପର୍ଯ୍ୟଟକ - ପୁରୀ ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ
ପୁରୀ: ସମୁଦ୍ର ବେଳାଭୂମିରେ ମାଛ ମଡକ । ପଡି ରହିଛି ହଜାର ହଜାର ମୃତ ଜେଲି ଫିସ । ବିଶେଷକରି ଲାଇଟ୍ ହାଉସ୍ ବେଳାଭୂମି ନିକଟରେ ଏହି ମୃତ ଜେଲି ଫିସ ଗୁଡ଼ିକୁ ଦେଖିବାକୁ ମିଳିଛି । ତେବେ ବାତ୍ୟା ମୋକା ପ୍ରଭାବରେ ଏହି ଜେଲି ଫିସ ଗଭୀର ସମୁଦ୍ରରୁ କୂଳକୁ ଭାସି ଆସିଥିବା ଜଣାପଡିଛି ।
ବଙ୍ଗୋପସାଗରରେ ବାତ୍ୟା ଯୋଗୁଁ ଏହି ଜେଲି ଫିସ କୂଳକୁ ଭାସି ଆସିଛନ୍ତି । ଅନ୍ୟପଟେ ଅମାବାସ୍ୟା ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ରହିଛି । ଫଳରେ ଜେଲି ଫିସ ଗୁଡିକ ଭାସି ଆସି ସମୁଦ୍ର କୂଳରେ ମୃତ ଅବସ୍ଥାର ପଡ଼ିରହିଛନ୍ତି । ତେବେ ଏହି ଜେଲି ଫିସ ଗୁଡିକ ମାରାତ୍ମକ ହୋଇଥିବା ବେଳେ ଏହା ଶରୀର ସଂସ୍ପର୍ଶରେ ଆସିଲେ କୁଣ୍ଡେଇ ହେବା ସହ ଘା ମଧ୍ୟ ହେବାର ନଜିର ରହିଛି । ହଜାର ହଜାର ମୃତ ଜେଲି ଫିସ ଦେଖି ପର୍ଯ୍ୟଟକ ଭୟଭୀତ ହୋଇ ପଡିଛନ୍ତି ।
ଇଟିଭି ଭାରତ, ପୁରୀ