ଓଡିଶା

odisha

ଡିଜେ ଲାଇଟରେ ଖରାପ ହେଲା ମୋବାଇଲ

ETV Bharat / videos

ଡିଜେ ଲାଇଟରେ ଖରାପ ହେଲା ମୋବାଇଲ, ବ୍ୟାନ ପାଇଁ ଉଠିଲା ଦାବି - ରାଜ୍ୟରେ ଡିଜେ ବ୍ୟାନ

By ETV Bharat Odisha Team

Published : Nov 6, 2023, 6:41 AM IST

ଖୋର୍ଦ୍ଧା:ଡିଜେ ବାଜିଲେ ହୃଦଘାତଠାରୁ ଆରମ୍ଭ କରି ଅନେକ ସମସ୍ୟା ମଣିଷ ଶରୀରରେ ଦେଖାଦେଉଛି । ଡିଜେ ବଜାଇବାକୁ ନେଇ ସ୍ୱତନ୍ତ୍ର ଗାଇଡଲାଇନ୍‌ କରିଛନ୍ତି ସରକାର । କିନ୍ତୁ ଖୋର୍ଦ୍ଧା ଲକ୍ଷ୍ମୀପୂଜା ଭଷାଣି ଉତ୍ସବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଡିଜେ ଯୋଗୁଁ ଏଠି କାହା ଶରୀର ଉପରେ ପ୍ରଭାବ ପଡ଼ିନି ହେଲେ ସହରର ବହୁ ଯୁବକଙ୍କ ମୋବାଇଲକୁ ଖରାପ କରିଛି । ଗତ ଶୁକ୍ରବାର ଖୋର୍ଦ୍ଧାରେ ମା' ଗଜଲଷ୍ମୀଙ୍କ ଭଷାଣ ଉତ୍ସାବ ଅନୁଷ୍ଠିତ ହୋଇଥିଲା  । ଏହି ଉତ୍ସବରେ 30ରୁ ଉର୍ଦ୍ଧ୍ୱ ମେଢ଼ ଯୋଗଦାନ ଦେଇଥିଲେ । ପ୍ରତି ମେଢ଼ରେ ଓଡ଼ିଶାର ନାମୀଦାମୀ ଡିଜେ ବାଜୁଥିଲା ଓ ଡିଜେର ଗୀତ ତାଳେତାଳେ ଲୋକେ ଝୁମୁଥିଲେ ଏବଂ ଏହାର ମଜା ନେବା ସହିତ ନିଜ ମୋବାଇଲରେ ଭିଡିଓ କରୁଥିଲେ । ସେହି ସମୟରେ ଡିଜେରେ ଲାଗିଥିବା ଲାଇଟ୍‌ ମୋବାଇଲ କ୍ୟାମେରାରେ ପଡ଼ିଥିଲା ଯାହା ଫଳରେ ମୋବାଇଲର କ୍ୟାମେରା ଖରାପ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଗୋଟେ କି ଦୁଇଟି ନୁହେଁ 100ରୁ ଉର୍ଦ୍ଧ୍ୱ ମୋବାଇଲର କ୍ୟାମେରା ଖରାପ ହୋଇଥିବା ଦେଖିବାକୁ ମିଳିଛି । ଡିଜେରେ ଲାଗିଥିବା ଲେଜର ଓ ହାଇ କ୍ୱାଲିଟି ଲାଇଟ୍‌ ରିଫ୍ଲେକ୍ସନ କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି । ଏହି ଲାଇଟ୍‌ରେ ବିଭିନ୍ନ କମ୍ପାନୀର ମୋବାଇଲ ଫୋନର ଡିସପ୍ଲେ ଉପରେ ଏହାର ପ୍ରଭାବ ପଡୁଛି । ତେବେ ଡିଜେ ଲାଇଟ୍‌ ମୋବାଇଲ ଉପରେ ପ୍ରଭାବ ପକାଉଥିବାରୁ ଏହାକୁ ତୁରନ୍ତ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି ଯୁବଗୋଷ୍ଠୀ ।

ଏହା ମଧ୍ୟ ପଢନ୍ତୁ- କଟକ ଭସାଣ ଉତ୍ସବ ହୋଇଥିଲା କି ଡିଜେ ମୁକ୍ତ ଶୋଭାଯାତ୍ରା ?

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details