ପରବ ମଞ୍ଚରେ ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି
କୋରାପୁଟ: ମୁକ୍ତ ଆକାଶ ରଙ୍ଗମଞ୍ଚରେ ଆଦିବାସୀର ପାରମ୍ପରିକ ବାଜାରେ କାହା ପାଦ ବା ଅଟକିବ । ନୃତ୍ୟ ସଙ୍ଗୀତକୁ ଭଲ ପାଉଥିବା ଯେକେହି ନାଚି ଉଠିବ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବା ଏଥରୁ କେମିତି ବାଦ ପଡିଥାନ୍ତେ । ଗତକାଲି (ଶନିବାର) ଯେତେବେଳେ ଶୀତ କାକର କୋରାପୁଟରେ ଆୟୋଜିତ ହୋଇଥିବା ପରବ ମହୋତ୍ସବର ମୁକ୍ତ ମଞ୍ଚରେ ନାଚିଥିଲେ ବିଧାୟକ ତାରା ବାହିନୀପତି । ଆଦିବାସୀ ବାଦ୍ୟର ତାଳେ ତାଳେ ନାଚି ଉଠିଲେ । ଗୀତର ତାଳେତାଳେ କେବେଳ ଅଣ୍ଟା ଭାଙ୍ଗୀ ତ ପୁଣି କେତେବେଳ ସମସ୍ତଙ୍କ ମଝିରେ । ଖାଲି ସେତିକି ନୁହେଁ ତାଙ୍କୁ ଦେଖି ନାଚି ଉଠିବା ଦେଖି ଜିଲ୍ଲାର ଅନ୍ୟାନ୍ୟ ବିଧାୟକ ଏବଂ ଏପରିକି ଖୋଦ୍ ଜିଲ୍ଲାପାଳ ଅବଦଲ ଅକ୍ତର୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମଧ୍ୟ ମଞ୍ଚ ଉପରକୁ ଉଠିଥିଲେ ନାଚିବା ପାଇଁ । ପରବ ଏକ ସଂହତିର ମଞ୍ଚ ଏବଂ ଚଳିତ ବର୍ଷ ପରବ ମହୋତ୍ସବର 25 ବର୍ଷ ପୂର୍ତ୍ତି ଯୋଗୁଁ ପରବ-2022 ଜାତୀୟ ସ୍ତରରେ ଚହଳ ପକାଇଛି । କୋରାପୁଟରେ ଗତକାଲି ରାଜ୍ୟସ୍ତରୀୟ ପରବ ଉତ୍ସବ ଉଦଘାଟିତ ହୋଇଛି । ତିନିଦିନ ଧରି ଏହି ଉତ୍ସବ ଚାଲିବ । କୋରାପୁଟ ଲୋକନୃତ୍ୟ ପ୍ରସିଦ୍ଧ ଢେମସା ନାଚରେ ମଞ୍ଚ ଦୁଲୁକିଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଲୋକନୃତ୍ୟ ଏବଂ ଗୀତ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।
Last Updated : Feb 3, 2023, 8:36 PM IST