ଅକ୍ଷୟ ତୃତୀୟା: ଦୁଇ ପୁଅଙ୍କୁ ଧରି ଅଖିମୁଠି ଅନୁକୂଳ କଲେ ସୁର
ଖୋର୍ଦ୍ଧା:ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରିବା ନେଇ ପରମ୍ପରା ରହିଛି । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଅଖିମୁଠି ଅନୁକୂଳ ହୋଇଯାଇଛି । ସାଙ୍ଗରେ ଦୁଇ ପୁଅଙ୍କୁ ଧରି ବିଲରେ ଧାନ ବୁଣିଲେ ବିଧାୟକ ସୁର ରାଉତରାୟ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନ ଛତାବର ପଞ୍ଚାୟତରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଖିମୁଠି ଅନୁକୂଳ କରିଛନ୍ତି । ସାଥିରେ ତାଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥଙ୍କୁ ସାଙ୍ଗରେ ଧରି ଏକ ବିରାଟ ପଟୁଆରରେ ଛତାବର ଛକ ନିକଟରୁ ପାଇକ ଆଖଡାକରି ବିଲ ନିକଟକୁ ଚାଷୀମାନଙ୍କ ସହିତ ପହଞ୍ଚିଥିଲେ । ସେଠାରେ ପ୍ରଥମେ ପୂଜାର୍ଚ୍ଚନା କରିବାପରେ ପୁଅଙ୍କ ସହ ମିଶି ଧାନ ବୁଣିଥିଲେ । ଏହି ଅବସରରେ କଂଗ୍ରେସର ଆଇନସେବା ଅଧିକାରୀ ସିବାନନ୍ଦ ରାୟ, ବ୍ଲକ କଂଗ୍ରେସ ସଭାପତି ବାବୁଲି ରାଉତରାୟ ଓ କଂଗ୍ରେସର ଶତାଧିକ କର୍ମୀ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା