ସୀମାଞ୍ଚଳମ୍ ପୀଠରେ ୧୫ ହଜାର ନଡିଆ ଭାଙ୍ଗିଲେ ସୋରଡ଼ା ବିଧାୟକ - ପ୍ରସିଦ୍ଧ ସୀମାଞ୍ଚଳମ୍ ପୀଠ
ବ୍ରହ୍ମପୁର: ନୃସିଂହ ଚତୁର୍ଦ୍ଦଶୀରେ ପ୍ରସିଦ୍ଧ ସୀମାଞ୍ଚଳମ୍ ପୀଠରେ ୧୫ ହଜାର ନଡିଆ ଭାଙ୍ଗିଲେ ସୋରଡ଼ା ବିଧାୟକ। ମାନସିକ ପୂରଣ ପରେ ନଡିଆ ଭାଙ୍ଗିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ୧୫ ହଜାର ନଡିଆ ଭାଙ୍ଗି ଚର୍ଚ୍ଚାରେ ବିଧାୟକ। ଆନ୍ଧ୍ରପ୍ରଦେଶ ସୀମାଞ୍ଚଳ ପୀଠରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାନସିକ ପୂରଣ ନିମିତ୍ତ ୧୫ ହଜାର ନଡ଼ିଆ ଅର୍ପଣ କରିଛନ୍ତି । ୨୦୦୯ ମସିହାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଧାରଣ ନିର୍ବାଚନରେ ଯେତିକି ଭୋଟ ବ୍ୟବଧାନରେ ଜିତିଥାନ୍ତି ସେତିକି ନଡ଼ିଆ ପ୍ରଭୁ ନୃସିଂହ ନାଥଙ୍କ ଠାରେ ଅର୍ପଣ କରିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ କୋଭିଡ୍ କଟକଣା ପାଇଁ ମାନସିକ ପୂରଣ କରିପାରିନଥିଲେ। ତେଣୁ କଟକଣା ହଟିବା ପରେ ନିଜ ମାନସିକ ପୂରଣ କରିଛନ୍ତି ବିଧାୟକ। ଏହି କାର୍ଯ୍ଯକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡ଼ା ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଉପସ୍ଥିତ ଥିଲେ। ସକାଳୁ ପ୍ରଭୁ ନୃସିଂହ ନାଥଙ୍କ ଦର୍ଶନ ପରେ ନଡ଼ିଆ ଅର୍ପଣ କରିଥିଲେ।
ଇଟିଭି ଭାରତ ବ୍ରହ୍ମପୁର