ଓଡିଶା

odisha

ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳି ଅଡ଼ୁଆରେ ଶିକ୍ଷକ ଶିକ୍ଷୟତ୍ରୀ

ETV Bharat / videos

ସ୍କୁଲରେ ବିଜେଡି ବିଧାୟକଙ୍କ ଜନ୍ମଦିନ ସେଲିବ୍ରେସନ୍, କାରଣ ଦର୍ଶାଅ ନୋଟିସ୍ ଜାରି - ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ

By

Published : Jul 25, 2023, 10:16 PM IST

ଯାଯପୁର: ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନକୁ ନେଇ ବିବାଦ । ଏଭଳି ବିବାଦ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଜ୍ରଗିରି ପ୍ରକଳ୍ପ ବିଦ୍ୟାଳୟରେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ଥିବାବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ତେବେ ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସିସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ।

ତେବେ ଗତକାଲି ରବିବାର ଥିବାରୁ ସ୍କୁଲ ଛୁଟି ଥିବାବେଳେ ଯୁବ ବିଜେଡି ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ପାଳନ କରାଯାଇଛି । ନିକଟରେ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ଆଚରଣ ବିଧି ଉଲ୍ଲଙ୍ଘନ କରି ସ୍କୁଲ ପରିସରରେ ବିଧାୟକଙ୍କ ଜନ୍ମଦିନ ପାଳନ କରିବାକୁ ସାଧାରଣରେ ନାପସନ୍ଦ କରଯାଇଛି । 

ତେବେ ଏହି ଘଟଣା ସମ୍ପର୍କରେ ସ୍କୁଲ ସିଆର୍‌ସିସି ଏବଂ ଧର୍ମଶାଳା ବିଇଓଙ୍କୁ ଯୋଗାଯୋଗ କରିଥଲେ ମଧ୍ୟ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ସେମାନେ ମନା କରିଦେଇଛନ୍ତି । ଅନ୍ୟପଟେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସିସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ୧୫ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଭାଗ୍ୟଧର ସେଠୀଙ୍କର ହୃଦଘାତରେ ପରଲୋକ ହୋଇଛି । ଏହାପରେ ଏହି ଜୋନରେ ଆସନ୍ତା ଅଗଷ୍ଟ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସବୁ ଜାଣିଶୁଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦୃଢ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଯାଯପୁର

For All Latest Updates

ABOUT THE AUTHOR

...view details