ଗର୍ଭବତୀ ମହିଳାଙ୍କ ପାଇଁ ବରଦାନ ନୂତନ ସିଏଚସି ବିଲ୍ଡିଂ - ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉଦଘାଟନ
ଝାଗସୁଗୁଡା:ଶେଷରେ ସିଏଚସି ପାଇଲା କିର୍ମିରା ବ୍ଲକ । ଏଥର ଗର୍ଭବତୀ ମହିଳାଙ୍କୁ ଆଉ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ିବ ନାହିଁ । କିର୍ମିରାର ନବନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ନେବେ ନବଜାତ ଶିଶୁ । ଦୀର୍ଘ ବର୍ଷ ଧରି ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାବି କରି ଆସୁଥିଲେ କିର୍ମିରା ବ୍ଲକର ବାସିନ୍ଦା । କିର୍ମିରାରୁ ଅଞ୍ଚଳବାସୀଙ୍କୁ ଝାରସୁଗୁଡ଼ାକୁ ଚିକିତ୍ସା ପାଇଁ ଯିବାକୁ ପଡୁଥିଲା । ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଗର୍ଭବତୀ ମହିଳା । ଯାହାକୁ ଦୃଷ୍ଟିରେ ରଖି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ ୨୦୧୯ରେ ଏହାର ଶିଳାନ୍ୟାସ କରିଥିଲେ । ବର୍ତ୍ତମାନ ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ତଥା ନବ ଦାସଙ୍କ ଝିଅ ଦୀପାଳି ଏହାକୁ ସିଏଚସି ବିଲ୍ଡିଂର ଉଦଘାଟନ କରିଛନ୍ତି । ୧ କୋଟି ୬୮ଲକ୍ଷ ଟଙ୍କା ରେ ନିର୍ମାଣ ହୋଇଛି କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । କିର୍ମିରାରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଝାରସୁଗୁଡା