ଓଡିଶା

odisha

Miss World Karolina Bielawska in Kashmir

By ETV Bharat Odisha Team

Published : Aug 28, 2023, 10:55 PM IST

Updated : Aug 28, 2023, 11:02 PM IST

ETV Bharat / videos

Watch: ଝେଲମ ନଦୀ ବୁଲିଲେ ମିସ୍‌ ୱାର୍ଲ୍ଡ କାରୋଲିନା, କାଶ୍ମୀର ସୌନ୍ଦର୍ଯ୍ୟରେ ହେଲେ ବିମୋହିତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ମିସ୍‌ ୱାର୍ଲ୍ଡ ୨୦୨୨ ତଥା ବିଶ୍ବ ସୁନ୍ଦରୀ କାରୋଲିନା ବିଲାୱସ୍କା । ଜମ୍ମୁକାଶ୍ମୀରର ସୌନ୍ଦର୍ଯ୍ୟରେ ସେ ହୋଇପଡ଼ିଛନ୍ତି ବିମୋହିତ । ଭାରତୀୟ ସଂସ୍କୃତିକୁ ଭଲ ପାଉଥିବା ବିଶ୍ବ ସୁନ୍ଦରୀ କାରୋଲିନା କାଶ୍ମୀର ଓ ଝେଲମ ନଦୀର ସୌନ୍ଦର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ସୋମବାର ସେ କହିଛନ୍ତି, " କାଶ୍ମୀର ଗସ୍ତରେ ଆସି ଏହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଆମେ ପୂର୍ବରୁ କାଶ୍ମୀର ସମ୍ବନ୍ଧରେ ଆଲୋଚନା କରୁ । ହେଲେ ଆଜି ନିଜ ଆଖିରେ ଦେଖିବା ପରେ ଏହାର ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରିବା ଲାଗି ମୋ ନିକଟରେ ଶବ୍ଦର ଅଭାବ । ମୋତେ କାଶ୍ମୀର, ଦିଲ୍ଲୀ, ମୁମ୍ବାଇ ସହର ଭଲ ଲାଗେ । ମୁଁ ୩ୟ ଥର ଲାଗି ଭାରତ ଆସିଛି । ଯେତେବେଳେ ମୁଁ ଭାରତ ଗସ୍ତରେ ଆସେ ସେତେବେଳେ କିଛି ନୂଆ ଦେଖେ । ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଜିନିଷ ସମାନ, ତାହା ହେଉଛି ସ୍ବାଗତ କରିବାର ଶୈଳୀ । "ତେବେ କାଶ୍ମୀରରେ ଆୟୋଜିତ ହୋଇଥିବା ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସରେ ଯୋଗ ଦେବା ଲାଗି ମିସ୍‌ ୱାର୍ଲ୍ଡ ୨୦୨୨ କାରୋଲିନା ବିଲାୱସ୍କା ଭାରତ ଆସିଛନ୍ତି ।  କାରୋଲିନାଙ୍କ ସହିତ ମିସ ଇଣ୍ଡିଆ ସିନି ଶେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଥାଉ କି ଭାରତ ୧୯୬୬ ମସିହା ପରେ ଦୀର୍ଘ ୨୭ ବର୍ଷ ପରେ ମିସ ୱାର୍ଲ୍ଡ ହୋଷ୍ଟ କରିବାକୁ ଯାଉଛି । ୭୧ତମ ମିସ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ହୋଷ୍ଟ କରିବ । 

Last Updated : Aug 28, 2023, 11:02 PM IST

ABOUT THE AUTHOR

...view details