ଯାଜପୁରରେ NMMS ପରୀକ୍ଷା ପରିଚାଳନାରେ ତ୍ରୁଟି: ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ - ଯାଜପୁର ଖବର
Published : Dec 3, 2023, 8:33 PM IST
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଛି । ପ୍ରଶ୍ନପତ୍ର ତୃଟି ଯୋଗୁଁ ଠିକ୍ ସମୟରେ ପରୀକ୍ଷା ହୋଇ ପାରି ନଥିବା ବେଳେ କେବଳ ଗୋଟିଏ ସିଟିଂ ପରୀକ୍ଷା ଦେଇ ଅନ୍ୟ ଏକ ସିଟିଂ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ 3 ଶହ ଛାତ୍ରଛାତ୍ରୀ । ଯାହାକୁ ନେଇ ସ୍କୁଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା । ଏସ୍ଏଟି ପ୍ରଶ୍ନପତ୍ର ସ୍ଥାନରେ ଏମ୍ଏଟି ପ୍ରଶ୍ନପତ୍ର ଭୁଲରେ ପହଁଞ୍ଚିବା ଯୋଗୁ ପରୀକ୍ଷା ନ ହୋଇ ପାରି 3 ଘଣ୍ଟା ବିଳମ୍ବ ହେବା ଯୋଗୁ ଅଭିଭାବକମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ପରୀକ୍ଷା ବାତିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ବାହାରକୁ ଛାଡ଼ିବାକୁ ଦାବି କରିବା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହା ମଧ୍ୟ ପଢନ୍ତୁ...ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ
ତେବେ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ 3 ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ପରୀକ୍ଷା ବାତିଲ କରି ପୁନଃ ନୂତନ ତାରିଖ ନିର୍ଦ୍ଧାରଣ କରି ପରୀକ୍ଷା କରିବାକୁ ଦାବି କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ କୋରେଇ ବିଡିଓ ଓ ପାଣିକୋଇଲି ପୋଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାଇବା ସହ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ବାତିଲ ହେବା ନେଇ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଦେଖାଯାଇଥିଲା ।
ଇଟିଭି ଭାରତ, ଯାଜପୁର