ଓଡିଶା

odisha

ଜେସିବି ଲଗାଇ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ

By ETV Bharat Odisha Team

Published : Jan 18, 2024, 9:23 PM IST

ଜେସିବି ଲଗାଇ ଘର ଭାଙ୍ଗିଲେ ଦୁର୍ବୃତ୍ତ, ନିମାପଡ଼ାରେ ଘଟିଛି ଘଟଣା

Miscreants vandalised private property: ନିମାପଡ଼ା: ଜେସିବି ଲଗାଇ ଘର ଭାଙ୍ଗିଲେ ଦୁର୍ବୃତ୍ତ  । ନିମାପଡ଼ା ଗୋଲେଇ ଛକ ସ୍ଥିତ ସିଦ୍ଧେଶ୍ବର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତ୍ରୀରେ ଘଟିଯାଇଛି ଅଭାବନୀୟ ଘଟଣା । ୧୦ ରୁ ୧୫ ଜଣ ଯୁବକ ମାରଣାସ୍ତ୍ର ଧରି ନିଶାଗ୍ରସ୍ତ ଅବସ୍ଥାରେ ଜେସିବି ଲଗାଇ ବ୍ୟାପକ ଭଙ୍ଗାରୁଜା କରି ଘର ଭାଙ୍ଗି ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତ ମାନେ ସ୍ଥାନୀୟ ବାସିନ୍ଦା ଅରୁଣ ମହାନ୍ତିଙ୍କ ଘର ସହିତ ଗୁହାଳ ଓ ଗାଡି ପାର୍କିଂ ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି । ସେହିପରି ସେମାନଙ୍କୁ ରୋକିବାକୁ ପ୍ରୟାସ କରିବା ବେଳେ ଘରର ମହିଳାଙ୍କ ସହିତ ଅଶ୍ଲୀଳ ବ୍ୟବହାର କରିଥିଲେ ।

ଉକ୍ତ ଦାଦାଗିରିର ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିଲା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ । ଅନ୍ୟପକ୍ଷେ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ପ୍ରତି ସୃଷ୍ଟି ହୋଇଛି ବୋଲି ଅରୁଣଙ୍କ ପତ୍ନୀ ପିଙ୍କି ମହାନ୍ତି ଅଭିଯୋଗ ଆଣିଛନ୍ତି । ଯଦି ସ୍ଥାନୀୟ ପୋଲିସ ସମ୍ପୃକ୍ତ ପରିବାରକୁ ନ୍ୟାୟ ପ୍ରଦାନ ନକରେ ତେବେ ପୁରା ପରିବାର ଥାନା ସାମ୍ନାରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ପୀଡିତ ପରିବାର । 

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details