ଓଡିଶା

odisha

ରାୟଗଡାରୁ ଅପହରଣ କରି ବ୍ରହ୍ମପୁରରେ ଛାଡ଼ିଦେଲେ

ETV Bharat / videos

ରାୟଗଡାରୁ ଅପହରଣ କରି ବ୍ରହ୍ମପୁରରେ ଛାଡ଼ିଦେଲେ: ପ୍ରଫୁଲ୍ଲ ସାମନ୍ତରାୟ - ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ

By ETV Bharat Odisha Team

Published : Aug 29, 2023, 11:05 PM IST

ବ୍ରହ୍ମପୁର: ପରିବେଶବିତ୍‌ ତଥା ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ରାୟଗଡା ଜିଲ୍ଲାରୁ ଅପହରଣ କରାଯାଇ ବ୍ରହ୍ମପୁରରେ ଆଣି ଛଡାଯାଇଥିବା ଅଭିଯୋଗ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ସମୟରେ ରାୟଗଡାର ଏକ ହୋଟେଲରୁ ଏପରି ହାତକୁ ପଛରେ ବାନ୍ଧି ମୁହଁ ଘୋଡାଇ ଜୋର ଜବରଦସ୍ତ ଉଠାଇ ଆଣିଥିଲେ କିଛି ଦୁର୍ବୃତ୍ତ । ଏହାପରେ ତାଙ୍କୁ ଆଣି ବ୍ରହ୍ମପୁରରେ ଛାଡି ଦେଇଥିବା ପ୍ରଫୁଲ୍ଲ ସାମନ୍ତରାୟ ନିଜେ କହିଛନ୍ତି । ସେ କହିଛନ୍ତି, "କାଶୀପୁର ଓ ନିୟମଗିରିର ଗଣତାନ୍ତ୍ରିକ ଆନ୍ଦୋଳନ ସାଥୀମାନଙ୍କୁ ବେଆଇନ ଭାବେ ବେଆଇନ ଭାବେ ମିଛ କେସରେ ଫସାଇ ଜେଲରେ ରଖାଯାଉଛି । ତେଣୁ ସେମାନଙ୍କୁ କିଭଳି ଖଲାସ କରିବୁ ସେ ଚେଷ୍ଟାରେ ମୁଁ ଯାଇଥିଲି । ସେଠାରେ ସ୍ବାଗତ ହୋଟେଲରେ ଅପରାହ୍ନ ୪ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । ହେଲେ ୩.୪୦ ସମୟରେ ହଠାତ ହୋଟେଲ ଭିତରେ ୩-୪ ଜଣ ପଶି ମୋ ହାତକୁ ବାନ୍ଧି ମୁହଁ ବନ୍ଦ କରି ଅପହରଣ କରିନେଲେ । ପ୍ରାୟ ଦେଢ଼ ଘଣ୍ଟା ଗାଡ଼ିରେ ନେବା ପରେ ବୋଧହୁଏ ମୋ ଅପହରଣ ଖବର ଗଣମାଧ୍ୟମରେ ବାଜିବାରୁ ସେମାନଙ୍କୁ ଫୋନ ଆସିଥିଲା । ଏହାପରେ ସେମାନେ ମୋତେ ବ୍ରହ୍ମପୁରରେ ଛାଡ଼ିଦେଲେ ।" ତେବେ ତାଙ୍କ ସହିତ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।


ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details