ଓଡିଶା

odisha

Minister Jagannath Saraka

ETV Bharat / videos

ମନ୍ତ୍ରୀ ଜଗନ୍ନାଥଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର - ଜଗନ୍ନାଥ ସାରକା

By ETV Bharat Odisha Team

Published : Jan 6, 2024, 8:28 PM IST

Updated : Jan 6, 2024, 8:34 PM IST

Minister Jagannath Saraka: ରାୟଗଡ଼ା: ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର । ଗାଡ଼ିଟି ଧକ୍କା ଡେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ମନ୍ତ୍ରୀଙ୍କୁ ଧରିଛନ୍ତି । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବେଲକଣା ଗାଁରେ ।  ମନ୍ତ୍ରୀ ସିକରପାଇ ଗାଁରେ ଆୟୋଜିତ ଭୋଲିବାଲ ତର୍ଣ୍ଣାମେଣ୍ଟ ଉଦଯାପିତ କାର୍ଯ୍ୟକ୍ରମର ଯୋଗଦେଇ ଫେରିବା ବେଳେ ବେଲକଣା ଛକଠାରେ ଏକ ନାବାଳକକୁ ଧକ୍କା ଦେଇ ଚାଲିଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରାୟ ଦେଢ ଶହ ମିଟର ଦୌଡ଼ି ଯାଇ ମନ୍ତ୍ରୀଙ୍କୁ ଅଟକେଇ ପ୍ରତିବାଦ କରିଥଲେ ।  ପରେ ନାବାଳକଙ୍କ ଗୋଡ଼ ଭାଙ୍ଗି ଆହାତ ହୋଇଥିବା ବେଳେ ନିଜେ ମନ୍ତ୍ରୀ ତାଙ୍କ ଗାଡ଼ିରେ ବସେଇ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ନାବାଳକ ବିପଦ ମୁକ୍ତ ଥିବା ଜଣାପଡ଼ିଛି ।  

ଏହା ବି ପଢନ୍ତୁ- ଗଞ୍ଜାମରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, 5 ଗୁରୁତର

ଇଟିଭି ଭାରତ, ରାୟଗଡ଼ା

Last Updated : Jan 6, 2024, 8:34 PM IST

ABOUT THE AUTHOR

...view details