ଓଡିଶା

odisha

Miniature Artist L Eshwar Rao

ETV Bharat / videos

World Cup 2023: ହଦଳି ଖଣ୍ଡରେ 1 ଇଞ୍ଚର ଟ୍ରଫି ଗଢି ଚର୍ଚ୍ଚାରେ ସୂକ୍ଷ୍ମଶିଳ୍ପୀ

By ETV Bharat Odisha Team

Published : Oct 5, 2023, 5:42 PM IST

ଖୋର୍ଦ୍ଧା: ଆରମ୍ଭ ହୋଇଛି ବିଶ୍ବକପ ମହାକୁମ୍ଭ । ଚଳିତ ଥର ଭାରତ ଏହି ବିଶ୍ବକପ ଆୟୋଜନ କରୁଛି । ଚାରି ବର୍ଷରେ ଥରେ କ୍ରିକେଟ ବିଶ୍ବକପ ଆୟୋଜନ ହେଉଥିବା ବଳେ ଚଳିତ ବର୍ଷ ଭାରତ ହୋଷ୍ଟ କରୁଛି ଆଇସିସି ବିଶ୍ବକପ 2023 । ଆଜି ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଛି । ତେବେ ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ବର ରାଓ ନିଜ କଳା ମାଧ୍ୟମରେ ସବୁ ଦଳକୁ ସ୍ବାଗତ କରିଛନ୍ତି । ଜିଲ୍ଲାର ଜଟଣୀ ଅଞ୍ଚଳର ଏହି ସୂକ୍ଷ୍ମ ଶିଳ୍ପୀ ଅନେକ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଚଳିତ କ୍ରିକେଟ ବିଶ୍ବକପକୁ ନେଇ ସେ ପୁଣି ଚର୍ଚ୍ଚାରେ । ହଳଦୀ ଖଣ୍ଡ ଉପରେ 1 ଇଞ୍ଚର କ୍ରିକେଟ ବିଶ୍ବକପ ଟ୍ରଫି କରିଛନ୍ତି ଈଶ୍ବର । ଏହି କଳାକୃତି କରିବା ପାଇଁ ଈଶ୍ବରଙ୍କୁ 2ଦିନ ସମୟ ଲାଗିଥିବା ବେଳେ କଳାକୃତି ମାଧ୍ୟମରେ ଭାରତକୁ ଆସିଥିବା ସବୁ କ୍ରିକେଟ ଦଳକୁ ସ୍ବାଗତ କରିଥିବା କହିଛନ୍ତି ।

ଏହା ବି ଦେଖନ୍ତୁ- Ratha Yatra 2023: ଇଶ୍ବର ଗଢିଲେ ବଡ ଠାକୁରଙ୍କ କୁନି ରଥ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details