ବାଲିଯାତ୍ରାରେ ମାଣ୍ଡିଆ କ୍ରେଜ, ଷ୍ଟଲ ଆଗରେ ଜମୁଛି ଭିଡ - ବାଲିଯାତ୍ରାରେ ମାଣ୍ଡିଆ ବିକ୍ରି
Published : Dec 3, 2023, 9:47 AM IST
କଟକ:ଜମୁଛି ବାଲିଯାତ୍ରା । ଜିନିଷ କିଣାକିଣି ସହ ଦୋଳିର ମଜା ନେଉଛନ୍ତି ଲୋକେ । ଏହା ମଧ୍ୟରେ ବାଲିଯାତ୍ରାରେ ଦେଖିବାକୁ ମିଳିଛି ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ପଡିଆରେ ଓରମାସ ପକ୍ଷରୁ ଆୟୋଜିତ ବିଭିନ୍ନ ଷ୍ଟଲରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ବିକ୍ରି କରୁଛନ୍ତି । ଲଡୁ, ବିସ୍କୁଟ, ଆରିସା, ଚୂନା ଭଳି ମାଣ୍ଡିଆରେ ପ୍ରସ୍ତୁତ ପାଖାପାଖି 15 ପ୍ରକାର ଜିନିଷ ବିକ୍ରି କରାଯାଉଥିବା କହିଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ।
ଏହାମଧ୍ୟ ପଢନ୍ତୁ.. ବାଲିଯାତ୍ରାରେ ଭୂତଙ୍କ ରାଜ, ଭୂତ ବଙ୍ଗଳା ଷ୍ଟଲ ବୁଲିଲେ ଦର୍ଶକ
ଅନ୍ୟପଟେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ଚାହିଦା ବେଶ ଅଧିକ ରହିଥିବା ଦେଖିବାକୁ ମିଳିଛି । ମାଣ୍ଡିଆ ଷ୍ଟଲଗୁଡିକ ସାମ୍ନାରେ ଗ୍ରାହକମାନଙ୍କ ଭିଡ ଜମିଛି । 'ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଏହାଦ୍ବାରା ଅନେକ ରୋଗ ଭଲ ହୋଇଯାଇଥାଏ । ଯେଉଥିପାଇଁ ମାଣ୍ଡିଆ ଖାଇବା ଆବଶ୍ୟକ' ବୋଲି କହିଛନ୍ତି ଗ୍ରାହକ ।
ଇଟିଭି ଭାରତ, କଟକ