ଓଡିଶା

odisha

tableau for Baliyatra 2023

ETV Bharat / videos

ଐତିହାସିକ ବାଲିଯାତ୍ରାର ପ୍ରଚାର, ରାଜ୍ୟସାରା ଘୁରି ବୁଲୁଛି ସାଂସ୍କୃତିକ ମେଢ - ସାଧବ ପୁଅ ବେଶ

By ETV Bharat Odisha Team

Published : Nov 23, 2023, 7:44 PM IST

ଭୁବନେଶ୍ବର:ଐତିହାସିକ ବାଲିଯାତ୍ରା ବିଷୟରେ ଲୋକଙ୍କୁ ଅବଗତ ପାଇଁ ରାଜ୍ୟ ସାରା ଘୁରି ବୁଲୁଛି ବାଲିଯାତ୍ରାର ସାଂସ୍କୃତିକ ମେଢ । କଟକ ବାଲିଯାତ୍ରା କମିଟି ପକ୍ଷରୁ ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ଏହି ମେଢ ବୁଲୁଥିବା ବେଳେ ଆଜି ଭୁବନେଶ୍ବରରେ ଏହାର ପ୍ରଚାର ପ୍ରସାର କରାଯାଇଛି । ଭୁବନେଶ୍ବରର ଗାନ୍ଧୀମାର୍ଗରେ ସୁସଜ୍ଜିତ ମେଢ଼ ବୁଲିବୁଲି ବାଲିଯାତ୍ରା ଇତିହାସର କାହାଣୀ କହିବା ସହ ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ନିମନ୍ତ୍ରଣ କରିଛନ୍ତି । ବିଶେଷ କରି ଓଡ଼ିଶାର ସାଧବ ପୁଅ କିଭଳି ବିଦେଶରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନରତ୍ନ ବହି ଆଣୁଥିଲେ ତାହାକୁ ଦର୍ଶାଇବା ପାଇଁ ସାଧବ ବେଶରେ ସଜେଇ ହୋଇ ୭ ଜଣ କଳାକାର ରାସ୍ତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।  

ଏହା ବି ପଢନ୍ତୁ-  ବାଲିଯାତ୍ରାରେ ବଲିଉଡ ଏଣ୍ଟ୍ରି, କମାଲ ଦେଖାଇବେ ଲୋକପ୍ରିୟ ସିଙ୍ଗର ଅନୁମଲିକ ଓ ସଚିନ ଜିଗର

ଇତିହାସର ଏହି ଗାଥାକୁ ଦେଖୁବାକୁ ଲୋକଙ୍କ ଭିଡ଼ ବି ବେଶ ପରିଲିକ୍ଷିତ ହୋଇଥିଲା । ସାଂସ୍କୃତିକ ପ୍ରଚାର ପ୍ରସାରର ଏହି ବାଲିଯାତ୍ରା ମେଢ଼ର ଦୃଶ୍ୟ ଏତେ ସୁନ୍ଦର ହୋଇଥିଲା ଯେ ଦେଖିବା ଲୋକେ ଟିକେ ଅଟକି ଯାଇ ଏହାର ମଜା ନେଉଥିଲେ । ଆଉ ଖୁସି ହୋଇଥିଲେ ମଧ୍ୟ । ଅନ୍ୟପଟେ ଏହି ସାଂସ୍କୃତିକ ମେଢ ଆଜି ଭୁବନେଶ୍ବର ସହର ସହ ଲିଙ୍ଗରାଜ ମନ୍ଦିରରେ ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଯିବା ପାଇଁ ନିମନ୍ତ୍ରଣ କରିଛି । ରାଜ୍ୟର ଭିନ୍ନ ଭିନ୍ନ ସହରରେ ବୁଲିବା ସହ ଆସନ୍ତାକାଲି ପୁରୀ ଯିବ ଏହି ମେଢ଼ । ବାଲିଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ପ୍ରଚାର ମେଢ଼ ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ଯାଇ ଆମ ସଂସ୍କୃତିର ଗାଥା ଗାଇବ ବୋଲି କହିଛନ୍ତି ଆୟୋଜକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details