ଓଡିଶା

odisha

ମୃତାହତଙ୍କୁ ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ

Earthquake in Turkey: ପ୍ରତି ଘଣ୍ଟାରେ ବଢୁଛି ମୃତ୍ୟୁସଂଖ୍ୟା, ବାଲୁକାକଳାରେ ଶ୍ରଦ୍ଧାଞ୍ଜଳି

By

Published : Feb 9, 2023, 5:10 PM IST

Published : Feb 9, 2023, 5:10 PM IST

Updated : Feb 14, 2023, 11:34 AM IST

ପୁରୀ: ଭୟଙ୍କର ଭୂକମ୍ପରେ ତୁର୍କୀ ଏବଂ ସିରିଆ ଛାରଖାର ହୋଇଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ପାର କରିଛି । ଏନେଇ ତୁର୍କୀ-ସିରିଆ ଭୂକମ୍ପ ମୃତାହତଙ୍କୁ ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଭୂକମ୍ପର ଭୟଙ୍କର ଦୃଶ୍ୟର ବାଲୁକା ଚିତ୍ର ଆଙ୍କିବା ସହ ସାରା ବିଶ୍ଵବାସୀ ଏହି ବିପଦ ସମୟରେ ତୁର୍କୀକୁ ସହାୟତାର ହାତ ବଢ଼ାଇବାକୁ ବାଲୁକା ଚିତ୍ରକଳାରେ ଅପିଲ କରିଛନ୍ତି ସୁଦର୍ଶନ । 

ତୁର୍କୀ ଏବଂ ସିରିଆରେ ଏବେ ସ୍ଥିତି ଦୟନୀୟ ହୋଇଛି । ଭୟଙ୍କର ଭୂକମ୍ପ ପରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ୧୫ ହଜାର ପାର କରିଛି । ବର୍ତ୍ତମାନ ମଧ୍ୟ ଶହ ଶହ ଲୋକ କୋଠା ତଳେ ଚାପି ହୋଇ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାରି ଭିତରେ ଜଣେ ଭାରତୀୟ ନିଖୋଜ ରହିଥିବା ଗତକାଲି(ବୁଧବାର) ବୈଦେଶିକ ବ୍ୟାପାର ସଚିବ ସଞ୍ଜୟ ବର୍ମା ସୂଚନା ଦେଇଛନ୍ତି ।

ଏଭଳି ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ହାନୀ ହୋଇଥିବା ବେଳେ ଏବେ ମଧ୍ୟ ଅନେକ ଲୋକ ଧ୍ଵଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ସାରା ବିଶ୍ଵବାସୀ ଏଭଳି ଭୂକମ୍ପ ଦେଖି ସ୍ତବ୍ଧ ହୋଇ ଯାଇଛନ୍ତି । ତୁର୍କୀ ଓ ସିରିଆକୁ ବିଭିନ୍ନ ଦେଶ ତରଫରୁ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି । ତେବେ ଏହି ଘଟଣାରେ ମୃତାହତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍‌ରେ ଏକ ବାଲୁକା ଚିତ୍ରକଳାରେ ଭୂକମ୍ପର ଦୃଶ୍ୟ ସ୍ଥାନଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୁଦର୍ଶନ । ସାରା ବିଶ୍ଵବାସୀ ଏହି ବିପଦ ସମୟରେ ସହାୟତାର ହାତ ବଢ଼ାଇବାକୁ ବାଲୁକା ଚିତ୍ରକଳାରେ ଅପିଲ କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Feb 14, 2023, 11:34 AM IST

ABOUT THE AUTHOR

...view details