ଓଡିଶା

odisha

କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଶିବିର

ETV Bharat / videos

କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଶିବିର; ୨୦ ବର୍ଷ ହେଲା ସେବା ଯୋଗାଉଛି ମାରୱାଡ଼ି ଯୁବାମଞ୍ଚ

By

Published : Aug 20, 2023, 7:02 PM IST

ନୂଆପଡା: ନୂଆପଡ଼ା ଜିଲ୍ଲା ମାରୱାଡ଼ି ଯୁବାମଞ୍ଚ ଖଡ଼ିଆଳ ଶାଖା ପକ୍ଷରୁ ବୋଡେନ ବ୍ଲକ ବୁଢ଼ାପଡ଼ାଠାରେ ବୋଲବମ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଶିବିର ଉଦ୍‌ଘାଟିତ ହୋଇଛି । ବୋଲବମ କାଉଡ଼ିଆ ସେବା ଶିବିରର ଉଦ୍‌ଘାଟନୀ ଉତ୍ସବରେ ମାରୱାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ସଭାପତି ହିତେଶ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ, ସମ୍ପାଦକ ବିକାଶ କୁମାର ଅଗ୍ରୱାଲ ସହଯୋଗ କରିଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ସଭାପତି ମୋତିଲାଲ ବାଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ବିମଲ ସିଂ ଦଳପତି, ସାମ୍ବାଦିକ ସୁଶାନ୍ତ କୁମାର ପାଣିଗ୍ରାହୀ, ସାମ୍ବାଦିକ ଜିତେନ୍ଦ୍ର ପୋଢ଼ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବୋଲବମ ଭକ୍ତଙ୍କୁ ସେବା ଯୋଗାଇଲା କୋରାପୁଟ ସାଂସ୍କୃତିକ ପରିଷଦ

ତେବେ ଆଜିକୁ ଦୀର୍ଘ ୨୦ ବର୍ଷ ହେବ ମାରୱାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ପକ୍ଷରୁ ନିରନ୍ତର ଭାବରେ ବୋଲବମ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଶିବିର ଆୟୋଜନ ହେଉଛି । ପ୍ରାଚୀନ ପାତାଳଗଙ୍ଗାଠାରୁ ଜଳ ଉଠାଇ କାଉଡ଼ିଆ ଶ୍ରଦ୍ଧାଳୁମାନେ ବୋଡେନ ବୁଢ଼ାପଡ଼ା ରାସ୍ତାଦେଇ ବିଭିନ୍ନ ଅଞ୍ଚଳର ମହାଦେବ ମନ୍ଦିରକୁ ଯାଇଥାଆନ୍ତି । ଖାଲି ପାଦରେ ବୋଲବମ କାଉଡ଼ିଆ କାନ୍ଧରେ ଜଳଭାର ଧରି ବହୁ କଷ୍ଟରେ ଆସିଥାନ୍ତି । ସେହି କାଉଡ଼ିଆ ଶ୍ରଦ୍ଧାଳୁମାନଙ୍କୁ ବୁଢ଼ାପଡ଼ାଠାରେ ମାରୱାଡି ଯୁବାମଞ୍ଚ ଖଡ଼ିଆଳ ଶାଖାର ଯୁବ ସ୍ବେଚ୍ଛାସେବୀମାନେ ନିରନ୍ତର ଭାବରେ ସେବା ଯୋଗାଇଥାଆନ୍ତି । ବିଶୁଦ୍ଧ ପାନୀୟଜଳ, ସୁସ୍ବାଦୁ ଭୋଜନ, ମିଷ୍ଟାନ୍ନ ଏବଂ ଆବଶ୍ୟକ ସ୍ଥଳେ ଔଷଧ ଓ ଆମ୍ବୁଲାନ୍ସ ସେବା ଯୋଗାଇଦେଉଛନ୍ତି । ଏହି ମହାନ କାର୍ଯ୍ୟରେ ବୁଢ଼ାପଡ଼ା ଗ୍ରାମର ଲୋକମାନେ ମଧ୍ୟ ସହଯୋଗ କରୁଥିବା ଯୁବାମଞ୍ଚ ପ୍ରକାଶ କରିଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details