Hariyali Teej: ମାରୱାଡି ସମ୍ପ୍ରଦାୟର ମହିଳା ପାଳିଲେ ତିଜ ପର୍ବ - ହରିୟାଲୀ ତିଜ
ଅନୁଗୋଳ: ଗତକାଲି ସାରା ଦେଶରେ ହରିୟାଲୀ ତିଜ ପର୍ବ ପାଳିତ ହୋଇଯାଇଛି । ଏନେଇ ଅନୁଗୋଳରେ ମଧ୍ୟ ମାରୱାଡି ସମ୍ପ୍ରଦାୟର ମହିଳାମାନେ ତିଜ ପର୍ବ ପାଳନ କରିଛନ୍ତି । ଓଡ଼ିଆ ପରମ୍ପରାରେ ଯେଭଳି ରଜ ଉତ୍ସବ ପାଳନ କରାଯାଏ ଠିକ ସେ ଭଳି ତିଜ ଉତ୍ସବ ପାଳିଛନ୍ତି ମାରୱାଡି ସମ୍ପ୍ରଦାୟର ମହିଳା ମାନେ । ମାରୱାଡି ପଞ୍ଚାୟତ ଭବନଠାରେ ଏକ ସ୍ୱତନ୍ତ୍ର ଆୟୋଜନ କରି ଏହି ଉତ୍ସବ ପାଳନ ହୋଇଛି । ନିଜ ନିଜ ପରିବାରର ମଙ୍ଗଳ କାମନା ସହ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାତା ପାର୍ବତୀଙ୍କ ଉପାସନା କରିଛନ୍ତି ମହିଳାମାନେ। ମାତା ପାର୍ବତୀଙ୍କ ଠାରେ ମହିଳା ମାନେ ପୂଜାର୍ଚ୍ଚନା କରିବା ସହ ପରସ୍ପରକୁ ଉତ୍ସବର ଶୁଭେଚ୍ଛା ଜଣାଇଥିଲେ । ପାନ ଖାଇବା ଠାରୁ ଆରମ୍ଭ କରି ଦୋଳି ଖେଳିଥିଲେ ଏହି ଉତ୍ସବରେ । ଏହା ସହ ମହିଳା ମାନେ ଘରେ ପ୍ରସ୍ତୁତ କରିଥିବା ଜିନିଷ କିଣା ବିକା ହେବା ସହ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ନାଚ ଗୀତର ଆୟୋଜନ ହୋଇଥିଲା । ସମ୍ପ୍ରଦାୟର ବିଭିନ୍ନ ସଙ୍ଗୀତରେ ମହିଳାମାନେ ନୃତ୍ୟ ପରିବେଷଣ କରି ଉତ୍ସବର ମଜା ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ-Hariyali Teej: ହରିୟାଲି ତିଜ ପାଳି ଚର୍ଚ୍ଚାରେ ସୀମା ହାଇଦର
ଇଟିଭି ଭାରତ, ଅନଗୋଳ