ଓଡିଶା

odisha

ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ

ETV Bharat / videos

ପୁଣି ମାଓ ପୋଷ୍ଟର ଠାବ: ଶହୀଦ ସପ୍ତାହ ପାଳନ ପାଇଁ ଲାଲବାହିନୀର ଆହ୍ୱାନ - mao poster in nabarangpur

By

Published : Jul 28, 2023, 5:19 PM IST

ନବରଙ୍ଗପୁର:  ଗତ କିଛି ଦିନ ହେବ ମାଓ ସଂଗଠନ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛି ମାଓ ସଂଗଠନ । ନବରଙ୍ଗପୁର ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ବର୍ତ୍ତମାନ ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାରି ପୁଣିଥରେ ଆତଙ୍କ ରଚିଛନ୍ତି ମାଓବାଦୀ । 

ଏହା ବି ପଢନ୍ତୁ...କଳାହାଣ୍ଡି ଶଗଡା ଗାଁରେ ପୋଷ୍ଟର ମାରିଲା ଲାଲବାହିନୀ, ଛତିଶଗଡ ମାଓ ସଂଗଠନକୁ ବିରୋଧ

କୁନ୍ଦେଇ ଥାନା ଅନ୍ତର୍ଗତ ଦେଓଭରଣ୍ଡି ଆଦିବାସୀ ଗ୍ରାମ, ଯୋଡ଼ିଙ୍ଗା ଓ ନୂଆଗାଁ ମୁଖ୍ୟ ରାସ୍ତା ସମେତ ରାଇଘର ଥାନା ଅନ୍ତର୍ଗତ ଗଞ୍ଜାପାରା ଓ ମାଡ଼ଗାଁ ରାସ୍ତା ମଝିରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ ଦେଇଛନ୍ତି ମାଓ ସଂଗଠନ । ଏଥିପାଇଁ ବିଭିନ୍ନ ଗାଁରେ ସଭା ସମିତି କରିବାକୁ ବ୍ୟାନରରେ ଉଲ୍ଲେଖ ରହିଛି । ପୋଷ୍ଟର ଓ ବ୍ୟାନର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୁରକ୍ଷା ବାହିନୀ ବ୍ୟାନର ପୋଷ୍ଟର ଜବତ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details