ଓଡିଶା

odisha

Etv Bharat

By

Published : May 16, 2023, 6:16 PM IST

ETV Bharat / videos

Paragliding in Kashmir: ଦୁଃସାହସିକ ପାରାଗ୍ଲାଇଡିଂ ନିଶା, ଖୋଲା ଆକାଶରେ ପକ୍ଷୀ ଭଳି ଉଡ଼ୁଛନ୍ତି ପର୍ଯ୍ୟଟକ

ଶ୍ରୀନଗର: ଗତ କିଛି ଦିନ ହେବ କାଶ୍ମୀର ଉପକଣ୍ଠ ଅସ୍ତନମର୍ଗରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଦୁଃସାହସିକ ପାରାଗ୍ଲାଇଡିଂର ମଜା ନେବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଜମ୍ମୁକାଶ୍ମୀର ପର୍ଯ୍ୟଟନ ବିଭାଗ ଓ ଘରୋ ପାରଗ୍ଲାଇଡିଂ କମ୍ପାନୀର ମିଳିତ ଉଦ୍ୟମରେ ପାରାଗ୍ଲାଇଡିଂର ବ୍ୟବସ୍ଥା କରାଯାଇଛି । ଅସ୍ତନମର୍ଗର ଉଚ୍ଚତମ ଶୃଙ୍ଗରୁ ଖୋଲା ଆକାଶରେ ପକ୍ଷୀ ଭଳି ଉଡ଼ୁଛନ୍ତି ପର୍ଯ୍ୟଟକ ଓ ଭୂସ୍ବର୍ଗର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକମାନେ ଅସ୍ତନମର୍ଗରୁ ଏହି ଉଡ଼ାଣ ଆରମ୍ଭ କରିଥିବା ବେଳେ ଚନ୍ଦପୋରା କ୍ରିକେଟ ଗ୍ରାଉଣ୍ଡରେ ଏହି ରାଇଡ ଶେଷ ହେଉଛି । ପ୍ରାୟ ୨୦୦୦ ଫୁଟ ଉପରେ ଉଡୁଛନ୍ତି ପର୍ଯ୍ୟଟକ । ଚନ୍ଦପୋରାରୁ ଶ୍ରୀନଗର ପର୍ଯ୍ୟନ୍ତ ହେଉଥିବା ରାଇଡଟି ପ୍ରାୟ ୧୨ରୁ ୧୫ ମିନିଟ ପର୍ଯ୍ୟନ୍ତ ଥିବା ବେଳେ ଗାଇଡମାନେ ସାଥୀରେ ସମସ୍ତ ସୁରକ୍ଷାକାରୀ ଉପକରଣକୁ ବି ନେଉଥିବା କହିଛନ୍ତି । ପର୍ଯ୍ୟଟକମାନେ ଅନେକ ସମୟରୁ ଏହି ପାରାଗ୍ଲାଇଡିଂ ସିଜନ ପାଇଁ ଅପେକ୍ଷା କରି ରହିଥିବା କହିଛନ୍ତି । ଏହି ରାଇଡ ଏକ ଭିନ୍ନ ଅନୁଭବ ଓ ସମସ୍ତେ ନିଜ ଜୀବନରେ ଥରୁଟିଏ ଏପରି ରାଇଡର ମଜା ନେବା ଆବଶ୍ୟକ ବୋଲି କହିଛନ୍ତି ଜଣେ ପର୍ଯ୍ୟଟକ  ।

ABOUT THE AUTHOR

...view details