ଓଡିଶା

odisha

Odisha Train Tragedy

ETV Bharat / videos

Odisha Train Tragedy: ଚିକିତ୍ସା ପାଇଁ ଆବଶ୍ୟକ ହେଉଛି ରକ୍ତ, ରକ୍ତଦାନ କଲେ ୫୨୦ ରକ୍ତଦାତା

By

Published : Jun 5, 2023, 10:37 AM IST

ଭଦ୍ରକ:ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା ଘଟଣା । ଏହି ଦୁର୍ଘଟଣାରେ ଆହାତ ଯାତ୍ରୀମାନଙ୍କ ମଧ୍ୟରୁ ୧୨୬ ଯାତ୍ରୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଅଧିକାଂଶ ଘରକୁ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 37 ଜଣ ଚିକିତ୍ସାଧିନ ଅଛନ୍ତି ।  ତେଣୁ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରକ୍ତ ସଙ୍କଟ ହେଉଥିବା ଜଣାପଡ଼ିଛି । ଏମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପେକ୍ଷୀରେ ବହୁ ସଂଖ୍ୟାରେ ଯୁବକ ଏବଂ ମହିଳାମାନେ ସ୍ବେଚ୍ଛାକୃତ ରକ୍ତ ଦାନ ଲାଗି ଆଗେଇ ଆସୁଛନ୍ତି । ଏହି କ୍ରମରେ ଭଦ୍ରକ ରକ୍ତ ଭଣ୍ଡାରରେ ଯୁବଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଛି ।  

ଅନ୍ୟପଟେ ରକ୍ତଦାତାଙ୍କ ଆଗ୍ରହକୁ ଲକ୍ଷ୍ୟ କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରକ୍ତ ସଂଗ୍ରହ ଲାଗି ଅନ୍ୟ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେଠାରେ ମଧ୍ୟ ବହୁ ସଂଖ୍ୟାରେ ମହିଳା ଏବଂ ଯୁବକମାନେ ରକ୍ତ ଦାନ କରିବା ପରିଲକ୍ଷିତ ହୋଇଥିଲା । ଏନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ  ଅଦ୍ୟାବଧି ଆହତ ମାନଙ୍କ ଚିକିତ୍ସା ପାଇଁ 520 ଜଣ ରକ୍ତଦାତା ରକ୍ତଦାନ କରି ସାରିଥିବା ବେଳେ ଆହୁରି ଅନେକ ରକ୍ତଦାତା ରକ୍ତ ଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ଆହତମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରକ୍ତ ସଙ୍କଟ ସୃଷ୍ଟି ହେବ ନାହିଁ  ।  

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details