ଓଡିଶା

odisha

ETV Bharat / videos

ଶ୍ରାବଣର ଶେଷ ସୋମବାର, ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

By

Published : Aug 8, 2022, 3:55 PM IST

Updated : Feb 3, 2023, 8:26 PM IST

ଝାରସୁଗୁଡ଼ା: ଆଜି ଶ୍ରାବଣର ଶେଷ ସୋମବାର । ଜିଲ୍ଲାରେ ଥିବା ସମସ୍ତ ଶୈବପୀଠ ମାନଙ୍କରେ ଭକ୍ତଙ୍କ ସୁଅ ଛୁଟିଛି । ରାତି ୩ଟାରୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ସ୍ଥିତ ପାହାଡିମନ୍ଦିର, ଝାଡେଶ୍ବର ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମରେ ମହକି ଉଠିଲା ଭକ୍ତିମୟ ପରିବେଶ । ତେବେ ଗତ ୨ବର୍ଷ କୋରୋନା କଟକଣା ଯୋଗୁଁ ଭକ୍ତ ମାନେ ଜଳାଭିଷେକ କରିବାରୁ ବଞ୍ଚିତ ରହିଥିଲେ । କିନ୍ତୁ ଚଳିତ ବର୍ଷ ଶ୍ରାବଣର ସମସ୍ତ ସୋମବାର ମହାଦେବଙ୍କୁ ଜଳାର୍ପଣ କରି ବେଶ ଖୁସି ଅଛନ୍ତି ଭକ୍ତ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details