Tree marriage: ନିଆରା ବିବାହ, ଆମ୍ବର ହାତ ଧରିଲା ମଲ୍ଲୀ - ପରିବେଶ ସୁରକ୍ଷା
ଭୋପାଳ:ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ବିକ୍ରମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ବିବାହ । ଯେଉଁଠି ଆମ୍ବ ଗଛକୁ ବିବାହ କରିଛି ଜସମିନ ବା ମଲ୍ଲୀ ଗଛ । ପରିବେଶର ନିଆରା ବାର୍ତ୍ତା ନେଇ ଏହି ଅଞ୍ଚଳରେ ଏଭଳି ବିବାହ ଦେଖିବାକୁ ମିଳିଛି । ବୈଦିକ ରୀତିନୀତି ଅନୁଯାୟୀ ୨ ଗଛର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏପରିକି ବିବାହ ଉତ୍ସବରେ ସାମିଲ ହେବା ଲାଗି ନିମନ୍ତ୍ରଣ କାର୍ଡ ମଧ୍ୟ ଛପାଯାଇଛି । ବିକ୍ରମପୁର ଅଧିବାସୀ ତଥା ଶିକ୍ଷକ ରମେଶ କନୋଜିଆ ଏହି ବିବାହର ସମସ୍ତ ଦାୟିତ୍ବ ବହନ କରିଥିଲେ । ଅନେକ ବର୍ଷ ପୂର୍ବେ ରମେଶ ଏହି ୨ଟି ଗଛ ଲଗାଇଥିଲେ । ନିଜ ସନ୍ତାନ ପରି ଏହାର ଲାଳନ ପାଳନ କରିଥିଲେ । ଗଛ ୨ଟି ବଡ଼ ହେବା ପରେ ସେ ଏହାର ବିବାହ କରିଥିବା କହିଛନ୍ତି । ଏହି ବିବାହ ଉତ୍ସବରେ ରମେଶଙ୍କ ସମ୍ପର୍କୀୟମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଗତ ଜୁନ୍ ୫ ତାରିଖ ବିଶ୍ବ ପରିବେଶ ଦିବସ ଅବସରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯାହାକୁ ନେଇ ଏବେ ସାରା ରାଜ୍ୟରେ ବେଶ ଚର୍ଚ୍ଚା ହେଉଛି । ଏପରି ବିବାହ କରି ପରିବେଶର ଯତ୍ନ ନେବା ଲାଗି ସେ ସାଧାରଣ ଜନତାଙ୍କୁ ଆହ୍ବାନ କରିଥିବା କହିଛନ୍ତି ।