Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, କରନ୍ତୁ ଦିବ୍ୟ ଦର୍ଶନ - ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ
Published : Oct 23, 2023, 7:03 AM IST
ପୁରୀ:ଅନାଥର ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡ଼ମଣି । କିଏ ତାକୁ କଳାସାଆନ୍ତ ତ ଆଉ କିଏ ଚକା ଆଖିଆ ବୋଲି ଡାକେ, ପୁଣି କିଏ ଭାବ ବିନୋଦିଆ ବୋଲି କୁହେ । ପ୍ରତିଦିନ ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ପତିତପାବନଙ୍କ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହେବା ସହ ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ନୀତି ଶେଷ ହୋଇଛି । ଜଗତର ମଙ୍ଗଳ କାମନା କରି ପ୍ରଭୁ ପତିତପାବନଙ୍କ ନିକଟରେ ଆଳତୀ କରିଛନ୍ତି ପୂଜାପଣ୍ଡା । ପ୍ରଥମେ ପ୍ରାତଃରୁ ସମସ୍ତ ସେବାୟତ ଓଁ ନମୋଃ ଭଗବତେ ବାସୁଦେବାୟ ମନ୍ତ୍ର ସହ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଥିଲେ ।
ଇଟିଭି ଭାରତ, ପୁରୀ