ଓଡିଶା

odisha

ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

ETV Bharat / videos

ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ପତିତପାବନ ଆଳତୀ

By ETV Bharat Odisha Team

Published : Dec 29, 2023, 6:51 AM IST

Patitapaban Mangala Alati:ପୁରୀ:କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀଜଗନ୍ନାଥ । ବିଶ୍ବନିୟନ୍ତା ଭଗବାନ । ନିରାଶର ଆଶା ସେ ଅନାଥର ନାଥ । ସକାଳୁ ସକାଳୁ ସବୁଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ ହୋଇଥାଏ । ଭକ୍ତମାନେ ଆଳତୀ ନେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଭିଡ଼ ଜମାଇଥାନ୍ତି । ପ୍ରତିଦିନ ଭଳି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡ଼ି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ କୋଟି ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ଲାଭ ହୋଇଥାଏ । କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତରୁ ସାତ ଦରିଆ ତେର ନଈ ଡେଇଁ ଶ୍ରୀକ୍ଷେତ୍ର ଆସିଥାନ୍ତି ଭକ୍ତ । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୁଏ । ଭକ୍ତଜନଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ଜଗତର ନାଥ ଜଗନ୍ନାଥ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details