ଓଡିଶା

odisha

ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ଦିବ୍ୟ ଆଳତୀ

ETV Bharat / videos

ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ଦିବ୍ୟ ଆଳତୀ - ଶ୍ରୀମନ୍ଦିର ଆଳତୀ

By

Published : Jun 10, 2023, 7:04 AM IST

ପୁରୀ:ସ୍ନାନପୂର୍ଣ୍ଣିମା ପରେ ଅଣସରରେ ଅଛନ୍ତି ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ସ୍ନାରେ ପରେ ଶ୍ରୀଜିଉ ଜ୍ବରରେ ପଡି ଅଣସର ପିଣ୍ଡି ବିଜେ କରିଛନ୍ତି । ଅସୁସ୍ଥ ଦାରୁଦିଅଁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତ ନୀତି । ତିନି ଠାକୁରଙ୍କ ଉପଶମ ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରି ତେଲ । ଅସୁସ୍ଥ ମହାପ୍ରଭୁ ଅଣସର ଘରେ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହେଉଛି । ଜଗତର ମଙ୍ଗଳ କାମନା କରି ପ୍ରତ୍ୟୁଷରୁ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇ ଅପାର କୁରଣା ଓ ପୂଣ୍ୟ ପ୍ରାପ୍ତି ହୋଇଥାଏ  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details