ଓଡିଶା

odisha

ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ମଙ୍ଗଳ ଆଳତୀ

ETV Bharat / videos

ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ଆଳତୀ

By

Published : Jun 9, 2023, 7:02 AM IST

ପୁରୀ:୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଅସୁସ୍ଥ ହୋଇ ଅଣସର ପିଣ୍ଡି ବିଜେ କରିଛନ୍ତି । ଅସୁସ୍ଥ  ଦାରୁ ଦିଅଁଙ୍କ ଜ୍ବର ଭଲ କରିବା ଲାଗି ଚାଲିଛି ଗୁପ୍ତନୀତି । ସେପଟେ ମହାପ୍ରଭୁଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ବିଜେ କରିଛନ୍ତି  । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହୋଇଥାଏ । ତେଣୁ ଜଗତର ମଙ୍ଗଳ କାମନା କରି ପ୍ରତ୍ୟେହ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ  । ଏହି ସମୟରେ ହରିବୋଲରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ଓ ଅପାର କରୁଣା ପ୍ରାପ୍ତ ହୁଏ । ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details